Latest Odisha News

BREAKING NEWS

କନ୍ଧମାଳ ଲୋକସଭା କ୍ଷେତ୍ରର ୨ଟି ବୁଥରେ ଚାଲିଛି ସାନି ମତଦାନ

କନ୍ଧମାଳ: କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥରେ ଚାଲିଛି ସାନି ମତଦାନ। ନିର୍ବାଚନ ପରିଚାଳନା ପାଇଁ ୨ ବୁଥ୍‌ରେ ୪ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ। ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ବ୍ୟାପକ ପୁଲିସ ମଧ୍ୟ ଫୋର୍ସ ମୃତୟନ ହୋଇଛନ୍ତି।

ସୂଚନା ଅନୁସାରେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ଦୁଇଟି ବୁଥ୍‌ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁନଃ ମତଦାନ ପାଇଁ ଦାବି କରିଥିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ। ୨୦ ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା। ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଅନୁରୂପ ନିଷ୍ପତ୍ତି ନେଇଛନ୍ତି।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ପୁନଃ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଦଳ ଅଭିଯୋଗ କରିଥିଲା ଯେ ମେ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୯ ନମ୍ବର ବୁଥ୍ କୁ ବିଜେଡି କର୍ମୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଦଖଲ କରିଥିଲେ।

Leave A Reply

Your email address will not be published.