Latest Odisha News

ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

କଟକ: ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ, ଗତକାଲି ବିଳମ୍ବିତ ରାତିରେ କଟକର ସିଡିଏ ସ୍ଥିତ ବାସଭବନରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।

ଅନାଦି ସାହୁ ଜଣେ ଦକ୍ଷ ପୁଲିସ ଅଧିକାରୀଭାବେ ତାଙ୍କ ନାଁ ଥିଲା । ମିଳିଥିବା ସୂଚନା ମୁତାବକ, ଚାକିରିରୁ ଇସ୍ତଫା ଦେଇ ୧୯୯୬ ମସିହାରେ ସେ ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ । ଅନାଦି ସାହୁ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ସେହି ନିର୍ବାଚନରେ ଶ୍ରୀ ସାହୁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ।

ବିଜୁ ବାବୁ ଇସ୍ତଫା ଦେବା ପରେ ପୁଣି କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଅନାଦି ସାହୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ବେଳେ ତାଙ୍କ ବିରୋଧରେ ଜନତା ଦଳର ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବ । ୧୯୯୬ ଉପନିର୍ବାଚନରେ ଅନାଦି ସାହୁ ଭର୍ତ୍ତୃହରିଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ । ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ହୋଇଥିଲେ ।

ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି ।

Leave A Reply

Your email address will not be published.