Latest Odisha News

BREAKING NEWS

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ଚମତ୍କାର ପ୍ରତିକୃତି

ପୁରୀ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ସରିଆସିଲାଣି ସମୟ । ଅଯୋଧ୍ୟା ଫେରିବେ ପ୍ରଭୁ ରାମଚନ୍ଦ୍ର । ସେଥିପାଇଁ ପୁରା ଦେଶ ଏବେ ଉତ୍ସବ ମୁଖର । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ପ୍ରଭୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରୁଛନ୍ତି ଅନେକ ଚମତ୍କାର ଜିନିଷ । ବାଲୁକାକଳା ଠୁ ଆରମ୍ଭ କରି ବିଶ୍ଵର ସବୁଠୁ ବଡ ଧୁପକାଠି ପର୍ଯ୍ୟନ୍ତ । ସେଥିରୁ ବାଦ୍ ପଡିଯାଇନି ଆମ ରାଜ୍ୟ ଓଡିଶା । ଓଡିଶାର ଅନେକ ରାମ ଭକ୍ତ ନିଜ କଳାକୃତି ମାଧ୍ୟମରେ ପ୍ରଭୁ ରାମଙ୍କ ପ୍ରତି ସେମନାଙ୍କ ଭକ୍ତି, ପ୍ରେମ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଦିଆସିଲ କାଠିରେ ଅଯୋଧ୍ୟାର ପ୍ରଭୁ ରାମଙ୍କ ଦିବ୍ୟ ମନ୍ଦିର ତିଆରି କରି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଶାଶ୍ଵତ ରଞ୍ଜନ ସାହୁ ।

ଶିଳ୍ପୀ ଶାଶ୍ୱତ ଅଯୋଧ୍ୟା ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ନିରନ୍ତର ପରିଶ୍ରମ, ଉତ୍ସର୍ଗୀକୃତ କାର୍ଯ୍ୟଶୈଳୀ ଓ ଏହି ଚମତ୍କାର କାରୀଗରୀ ପାଇଁ ଶାଶ୍ଵତଙ୍କୁ ଲାଗିଥିଲା ଛଅ ଦିନ ସମୟ |ଏହି ଅଯୋଧ୍ୟା ରାମମନ୍ଦିର ତିଆରି କରିବା ପାଇଁ ମୋଟ ୯୩୬ ଦିଆସିଲି କାଠିକୁ ଯତ୍ନର ସହିତ ବ୍ୟବହୃତ କରିଛନ୍ତି ଶାଶ୍ଵତ । ଶାଶ୍ଵତଙ୍କ ଏହି ଦିବ୍ୟ ରାମ ମନ୍ଦିରର ପରିମାପ,୭ ସେମି ଓସାର ଏବଂ ୧୪ ସେମି ଲମ୍ବ ରହିଛି ।

ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଶାଶ୍ୱତ ଏକ ନିଆରା ଢଙ୍ଗରେ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ନିର୍ମାଣ କରିଛନ୍ତି ଏହି ସୁନ୍ଦର ରାମ ମନ୍ଦିରର ପ୍ରତିକୃତି । ଦିଆସିଲି କାଠିରେ ଏହି ଅଭିନବ ବ୍ୟବହାର କେବଳ ତାଙ୍କର ସୃଜନଶୀଳତାକୁ ଦର୍ଶାଏ ନାହିଁ ବରଂ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କର ଗଭୀର ଭକ୍ତି ଓ ପ୍ରେମକୁ ପ୍ରତିବାଦିତ କରେ ।

ତେବେ ଏହା ପୂର୍ବରୁ ଶାଶ୍ଵତ ଅନେକ ଥର ଦିଆସିଲ କାଠି ବ୍ୟବହାର କରି ନିଜର କଳାକୃତିର ପ୍ରମାଡ଼ ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି । କିନ୍ତୁ ଏଥରର ଏହି ଉଲ୍ଲେଖନୀୟ ମୂର୍ତ୍ତି ତାଙ୍କ ମନରେ ଥିବା କେବଳ ଧାର୍ମିକ ଉତ୍ସାହର ଆଭିମୁଖ୍ୟକୁ ଦର୍ଶଉନାହିଁ ବରଂ କଳାକାରଙ୍କ ଶିଳ୍ପ ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରମାଣ ଦେଖାଉଛି |

Leave A Reply

Your email address will not be published.