Latest Odisha News

BREAKING NEWS

ଆରପାରିରେ ଫୁଟବଲ ଅଲିମ୍ପିଆନ୍ ନିଖିଳ ନନ୍ଦୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ନିଖିଳ ନନ୍ଦୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୫୬ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଏହି ସମୟକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯାଏ । ଦୀର୍ଘ ଦିନ ଧରି ନନ୍ଦୀ ଅସୁସ୍ଥ ଥିଲେ ।

୧୯୫୦-୬୦ ଦଶକରେ ସେ ଭାରତୀୟ ଦଳର ଡିଫେଣ୍ଡର ଭୂମିକା ସଫଳତାର ସହ ତୁଲାଇଥିଲେ । କୋଭିଡ-୧୯ ଆକ୍ରାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇ ପଡିଥିଲେ । ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ନନ୍ଦୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.