Latest Odisha News

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶାନ୍ତନୁ ମହାପାତ୍ର । ନିମୋନିଆ ତଥା ଏକାଧିକ ରୋଗରେ ପୀଡିତ ହୋଇଥିବା ଶାନ୍ତନୁଙ୍କୁ ତାଙ୍କ ପରିବାର ଲୋକେ ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶାନ୍ତନୁଙ୍କ ଚିକିତ୍ସା ଜାରି ରହିଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଘରେ ଥିବା ସମୟରେ ଶାନ୍ତନୁ ଥଣ୍ଡା ରୋଗରେ ପୀଡିତ ଥିଲେ । ଗତକାଲି ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ନିମୋନିଆ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ଫୁସ୍‌ଫୁସ୍‌ରେ ପାଣି ଜମିଥିବା ଓ କିଡନୀ ସଠିକ୍ ଭାବେ କାମ କରୁନଥିବା ଡାକ୍ତରଙ୍କ ପ୍ରାରମ୍ଭିକ ରିପୋର୍ଟରେ ଜଣାପଡିଛି ।

ମୟୁରଭଂଜ ବାରିପଦାରେ ଜନ୍ମିତ ଶାନ୍ତନୁ ଅନେକ ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ଦେଇ ଦର୍ଶକଙ୍କ ନିକଟରେ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । କେବଳ ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜକୁ ବାନ୍ଧି ରଖିନଥିଲେ, ଅନେକ ଗୀତରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । ହସ୍ପିଟାଲରେ ଚିକିତ୍ସା ଜାରି ରହିଥିଲାବେଳେ ସମ୍ପୂର୍ଣ୍ଣ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.