Latest Odisha News

BREAKING NEWS

ଇମ୍ରାନ ଖାନଙ୍କୁ ସାମୟିକ ଆଶ୍ୱସ୍ତି, ଗିରଫ ନ କରି ଫେରିଲା ପୋଲିସ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋରର ଏକ କୋର୍ଟ । ପୋଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା ।

ଯାହା ପରେ ଲାହୋର ସଡ଼କରେ ମଙ୍ଗଳବାର ଠାରୁ ପ୍ରକାଶ ପାଇଥିଲା ଉତ୍ତେଜନା । ହଜାର ହଜାର ସଂଖ୍ୟାରେ ଇମ୍ରାନଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସି ପୋଲିସକୁ ବିରୋଧ କରିଥିଲେ । ସମର୍ଥକଙ୍କ ହଙ୍ଗାମାକୁ ଦେଖି କୋର୍ଟ ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ପାକିସ୍ତାନରେ ହିଂସା

କୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଅଦାଲତରେ ହାଜର ନ ହେବା ମାମଲାରେ ଇମ୍ରାନ ଖାନଙ୍କୁ ଗିରଫଦାରୀ ଉଦ୍ୟମ ହୋଇଥିଲା । ଲାହୋରର ଜମାନ ପାର୍କ ଅଞ୍ଚଳରେ ଇମ୍ରାନଙ୍କ ବାସଭବନ ବାହାରେ ପୋଲିସ କର୍ମୀଙ୍କ ସହ ପଞ୍ଜାବ ରେଞ୍ଜର୍ସ ଘେରି ରହିଥିଲେ ।

ଇମ୍ରାନଙ୍କ ସମର୍ଥନରେ ହଜାର ହଜାର ଲୋକ ପୋଲିସ ସହ ମୁହାଁମୁହିଁ ହୋଇଥିବା ବେଳେ ସଡ଼କରେ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ବେଳେ ମିଳିଥିବା ଉପହାରକୁ ପରେ କମ ଦାମରେ କିଣି ଅଧିକ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.