Latest Odisha News

BREAKING NEWS

ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ପାକିସ୍ତାନରେ ହିଂସା

ଇସଲାମାବାଦ: କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଯାହାକୁ ନେଇ ପାକିସ୍ତାନର ଅନେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଇମ୍ରାନଙ୍କୁ ଗିରଫ ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି । ଅନ୍ୟପଟେ ଇମ୍ରାନଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ନାରାବାଜି କରୁଛନ୍ତି ।

ସମର୍ଥକଙ୍କୁ ହଟାଇବା ଲାଗି ପୋଲିସ ଲାଠି ମାଡ଼ ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି । ସୂଚନା ଅନୁସାରେ, ଇମ୍ରାନଙ୍କ ବିରୋଧରେ ଜଣେ ମହିଳା ବିଚାରପତିଙ୍କୁ ଧମକାଇବା ଏବଂ ଗିଫ୍ଟ ମାମଲାରେ ଅଦାଲତରେ ହାଜର ନହେବା ନେଇ ୱାରେଣ୍ଟ ଜାରି ହୋଇଥିଲା । ସେବେଠୁ ଇମ୍ରାନଙ୍କ ମୁଣ୍ଡରେ ଗିରଫଦାରୀ ଖଣ୍ଡା ଝୁଲୁଛି ।

ଗତକାଲି ଇମ୍ରାନଙ୍କୁ ଗିରଫ ପାଇଁ ହେଲିକପ୍ଟର ନେଇ ପୋଲିସ ପହଞ୍ଚିଥିଲା । କିନ୍ତୁ ଚତୁରତାର ସହ ଇମ୍ରାନ ଘରୁ ବାହାରି ଏକ ରାଲିକୁ ସମ୍ବୋଧିତ କରିଥିଲେ । ସମର୍ଥକଙ୍କ ଗହଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପୋଲିସ ପାଇଁ ମୁସ୍କିଲ୍ ହୋଇ ପଡ଼ିଥିଲା ।

ପୁଣି ମଙ୍ଗଳବାର ଇମ୍ରାନ ଖାନଙ୍କୁ ଗିରଫ ପାଇଁ ପୋଲିସ ପ୍ରୟାସ କରିଥିବା ବେଳେ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଯାହାକୁ ନେଇ ମରିୟମ୍ ନୱାଜ ସରିଫ୍ କହିଛନ୍ତି, ଯଦି କେହି ବି ପୋଲିସ ଆହତ ହୁଅନ୍ତି ତ ସେଥିପାଇଁ ଇମ୍ରାନ ଖାନ ହିଁ ଦାୟୀ ରହିବେ ।

Leave A Reply

Your email address will not be published.