Latest Odisha News

ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କଲା ପାକିସ୍ତାନ ସେନା

ଇସଲାମବାଦ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦ ଙ୍କୁ ଆଜି ଗିରଫ କରିଛି ପାକିସ୍ତାନ ସେନା । ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ କରିଛି କୋର୍ଟ ମାର୍ଶାଲ ।

ପାକିସ୍ତାନ ସେନାର ଗଣମାଧ୍ୟମର ଖବର ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ କରାଯାଇଥିଲା । ଏହାପରେ ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଛି ।

ଏହା ବ୍ୟତୀତ ଫୈଜ ହମିଦଙ୍କ ଅବସର ପରେ ପାକିସ୍ତାନ ସେନା ଆଇନର ଉଲ୍ଲଂଘନ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାକିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ଯେ, ପାକିସ୍ତାନ କୌଣସି ପୂର୍ବତନ ଆଇଏସଆଇ ମୁଖ୍ୟଙ୍କ ବିରୋଧରେ କୋର୍ଟ ମାର୍ଶାଲ ଆରମ୍ଭ ହୋଇଛି ।

Comments are closed.