Latest Odisha News

BREAKING NEWS

ଜେଲରେ ବିତିବ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ, ମିଳିଲା ୧୪ ବର୍ଷର ଦଣ୍ଡାଦେଶ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବି ମଧ୍ଯ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ସାତ ବର୍ଷ ପାଇଁ ସଜା ଦିଆଯାଇଛି।

ପାକିସ୍ତାନର ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଶୁକ୍ରବାର ୧୯୦ ମିଲିୟନ ପାଉଣ୍ଡର ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

Comments are closed.