Latest Odisha News

BREAKING NEWS

ଫୁଲବାଣୀ ଭାଇରାଲ ଭିଡ଼ିଓ ମାମଲା: ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେସାଲ୍ ସ୍କ୍ୱାଡ଼ ଗଠନ

ଫୁଲବାଣୀ: ଜଣେ ଯୁବତୀଙ୍କ ସହ ଯୌନ ବ୍ୟଭିଚାର କରୁଥିବାର ଦୃଶ୍ୟର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା । ଏଥିରେ ଫୁଲବାଣୀ ବିଧାୟକ ତଥା ବିଜେଡ଼ି ନେତା ଦେବେନ୍ଦ୍ର କହଁର ଥିବାର ଅଭିଯୋଗ ଆସିଛି । ତେବେ ଶନିବାର ଦିନ କନ୍ଧମାଳ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ସ୍ପେସାଲ୍ ସ୍କ୍ୱାର୍ଡ଼ ଗଠନ କରିଛନ୍ତି ।

“ ଅଭିଯୁକ୍ତ ପୂର୍ବତନ ବିଧାୟକଙ୍କୁ ଧରିବାକୁ ଦୁଇଟି ସ୍ପେସାଲ୍ ପୋଲିସ ଟିମ ଗଠନ କରାଯାଇଛି, ଏହି ଟିମ୍ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନ ଚଢଉ କରି ଖୋଜିବ,” ବୋଲି କହିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂହ ।

ଯେଉଁ ମହିଳା ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଛନ୍ତି ତାଙ୍କ ବିରୋଧରେ ଥାନାରେ ଏକ କେସ୍ ରୁଜୁ କରାଯାଇଛି । ଯେପରି ପୀଡ଼ିତ ଯୁବତୀ ଜଣକ ଉଚିତ ନ୍ୟାୟ ପାଇପାରିବେ ସେଥିପ୍ରତି ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମଧ୍ୟ କହିଛନ୍ତି କନ୍ଧମାଳ ଏସପି ।

କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ମହିଳା ଥାନାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରିବାର କିଛିଦିନ ପରେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା । ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, ରିଙ୍କୁ ସାହୁ ଏବଂ ପୂର୍ବତନ ବିଧାୟକ ଦୁହେଁ ତାଙ୍କ ଘରେ ବଳପୂର୍ବକ ପଶି ଅସଦାଚରଣ କରିଥିଲେ । ପରେ ଏହି ମହିଳାଙ୍କ ମାଆଙ୍କୁ ମଧ୍ୟ ସେମାନେ ଧମକାଇଥିବାର ଅଭିଯୋଗ କରିଥିଲେ ମହିଳା ଜଣକ ।

ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କହଁର ଅନେକ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ବ୍ଲାକମେଲ୍ କରୁଥିଲେ ।

Leave A Reply

Your email address will not be published.