Latest Odisha News

BREAKING NEWS

‘ଭାରତ ବନ୍ଦ’ ସେପ୍ଟେମ୍ବର ୧୦ରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର: ଅତ୍ୟଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଦିନ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ତେବେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ସମୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।

ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।

ପୂର୍ବରୁ ଏହି ସମୟରେ ସମସ୍ତ ଜିଲ୍ଲାରେ ସହିତ ଜରୁରୀକାଳୀନ ସେବା ଚାଲୁରଖିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାର ନିର୍ଦ୍ଦେଶ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ଦିନ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ କାର୍ଯ୍ୟାଳୟରେ ଦିନ ୯:୩୦ ପୂର୍ବରୁ ପହଞ୍ଚିବାକୁ ଜଣାଇ ଦିଆଯାଇଛି ।
ସେଦିନ ଦିନ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି ।

Leave A Reply

Your email address will not be published.