Latest Odisha News

BREAKING NEWS

ବାଜପେୟୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ନୂଆଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ବହୁ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ତଥା ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ନେତୃବୁନ୍ଦ ତଥା ହଜାର ହଜାର ସାଧାରଣ ଜନତାଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି ।

ବାଜପେୟୀଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦେଲେ ତାଙ୍କର ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ । ଏହି ଅନ୍ତିମ ସଂସ୍କାରରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।

 

ବାଜପେୟୀଙ୍କୁ ତୋପ ସଲାମୀ ସହିତ ଶେଷ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ କରାଯାଇଥିଲା ।
ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ଅନୁଷ୍ଠିତ ହୋଇଥିବା ଏହି ‘ ସାର୍କ ରାଷ୍ଟ୍ର ’ର ସମସ୍ତ ରାଷ୍ଟ୍ରମୁଖ୍ୟ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ୍, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂ ଏହିପରି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚ୍ ଡି ଦେବେଗୌଡା, ବିଜେପି ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସଂସଦର ଉଭୟ ଗୃହର ଅଧିକାଂଶ ସଦସ୍ୟ, କେନ୍ଦ୍ର ମନ୍ତ୍ରଣାଳୟର ସମସ୍ତ ମନ୍ତ୍ରୀ ପରିଷଦ ତଥା ବିଭିନ୍ନ ଦଳର ମୁଖ୍ୟ ରହିଥିଲେ ବାଜପେୟୀଙ୍କ ଅନ୍ତିମ ସଂସ୍କାରରରେ ।

ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ । ଜଣେ ନିଷ୍ଠାପର ରାଜନୀତିଜ୍ଞ ତଥା ସରଳ ଓ ଅମାୟିକ ପ୍ରଶାସକ ଭାବେ ଭାରତୀୟ ଜନମାନସରେ ଅଜାତ ଶତ୍ରୁ ଅଟଳ ବିହାରୀ ବାଜପେୟୀ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ।

Leave A Reply

Your email address will not be published.