Latest Odisha News

BREAKING NEWS

ପ୍ରଥମଥର ଲାଗି ଜାତୀୟ ଟେନିସରେ ଓଡିଶା ବାଳକଙ୍କ ଟ୍ରଫି ହାସଲ

ଭୁବନେଶ୍ୱର : ଦେଶର ‘ସ୍ପୋଟ୍ସ କ୍ୟାପିଟାଲ୍’ ହେବାକୁ ଯାଉଛି ଭୁବନେଶ୍ୱର । ଶୁକ୍ରବାର ଦିନ ଓଡିଶାର ୧୭ ବର୍ଷୀୟ ଉଦୀୟମାନ ଟେନିସ୍ ଖେଳାଳି କବୀର ହଂସ ଜାତୀୟସ୍ତରରେ ଓଡିଶାର ପ୍ରଥମ ଖେଳାଳୀ ଭାବେ ଟେନିସ୍ ଚମ୍ପିୟାନ୍ ହୋଇଛନ୍ତି ।

କବୀର ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଜାତୀୟ ଟେନିସ୍ ଚାମ୍ପିୟନସିପ୍ (ଜୁନିୟର ) ୨୦୧୮ର ଡବଲ୍ସ ବିଭାଗରେ ଚମ୍ପିୟାନ୍ ହୋଇଛନ୍ତି ।

ଏହି ବିଜୟ ହାସଲ ପରେ ‘ଓଡିଶା ସମ୍ବାଦ’କୁ କହିଛନ୍ତି, “ ମୁଁ ଏହି ଟୁର୍ନାମେଣ୍ଟ ଲାଗି ପାଖାପାଖି ୨ବର୍ଷ ହେଲାଣି ଅଭ୍ୟାସ କରୁଛି । ମୋ କୋଚ୍ ଟଡ୍ କ୍ଲାର୍କ ତାଲିମ ଲାଗି ମୋର ଅଧିକ ଯତ୍ନ ନେଇଥିଲେ, ତାଙ୍କ ଉପଦେଶ ମାନି ମୁଁ ମଧ୍ୟ ପ୍ରତି ମୁହୁର୍ତ୍ତରେ କଠିନ ପରିଶ୍ରମ କରୁଥିଲି ” ।

ଓଡିଶାର ଏହି ଉଦୀୟମାନ ଖେଳାଳୀ ହରିୟାଣାର ଦିପେନ୍ଦ୍ର ଗ୍ରେୱାଲ୍ଙ୍କୁ ସାଥୀ କରି କବୀର ଏହି ଡବଲ୍ସ ଟୁର୍ଣ୍ଣାମେଣ୍ଟ ଜିତି ପାରିଛନ୍ତି । ଏକ ସାକ୍ଷାତକାରରେ ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି – ପ୍ରଥମରୁ ମୁଁ ଟେନିସକୁ କ୍ୟାରିୟର କରିବାକୁ ଚାହୁଁନଥିଲି । ମୋ ଭଉଣୀ ଟେନିସ୍ ଖେଳୁଥିବାର ମୁୁଁ ଦେଖେ, ସେ ହିଁ ମୋ ପ୍ରେରଣାର ଉତ୍ସ” । କବୀର ଏବେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ।

ତାଙ୍କର ବାପା ଚେତନ ହଂସ କବୀରଙ୍କ ସମ୍ପର୍କରେ କହନ୍ତି- “ସେ ଯେବେଠାରୁ ଖେଳିବା ଆରମ୍ଭ କଲା, ତାର ଟେନିସ୍ ପ୍ରତି ଭଲ ପାଇବା ବଢି ଚାଲିଲା । ଭୁବନେଶ୍ୱରର ଜଣେ ଟେନିସ୍ କୋଚ୍ ତା ମଧ୍ୟରେ ଥିବା ଦକ୍ଷତାକୁ ଦେଖିପାରିଥିଲେ” ।

“ତାକୁ ଯେତେବେଳେ ୭ବର୍ଷ ସେ ଟେନିସ୍ ଖେଳିବା ଆରମ୍ଭ କଲା । କବୀରର ଟେନିସ୍ ପ୍ରତି ଥିବା ଆଗ୍ରହକୁ ଦେଖି ଅଧିକ ତାଲିମ ପାଇବା ପାଇଁ ତାକୁ କୋଲକାତାର ବିଭିନ୍ନ ଟୁର୍ଣ୍ଣାମେଣ୍ଟକୁ ପଠାଇଥାଏ ବୋଲି କହିଛନ୍ତି” ତାଙ୍କ ବାପା ଚେତନ ହଂସ ।

ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଓଡିଶାର ଏହି ଉଦୀୟମାନ ଟେନିସ୍ ଖେଳାଳୀ କବୀର ହଂସ ଆଗାମୀ ଦିନରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

Leave A Reply

Your email address will not be published.