Latest Odisha News

BREAKING NEWS

କେରଳରେ ବନ୍ୟା ସ୍ଥିତି: ମୃତ୍ୟୁ ସଂଖ୍ୟା ୧୬୮କୁ ବୃଦ୍ଧି

ଭୁବନେଶ୍ୱର : କେରଳରେ ବନ୍ୟା ପରିସ୍ଥିତି ଯୋଗୁଁ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ କେରଳରେ ହୋଇଥିବା ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସିନଥିବା ବେଳେ ସେପଟେ ମୌସୁମୀ ବର୍ଷା ଦାଉ ସାଜୁଛି ।

ସୂଚନା ଅନୁଯାୟୀ କେରଳରେ ଏଯାଏଁ ପାଖାପାଖି ୧୬୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଏପଟେ ବନ୍ୟା ଯୋଗୁଁ ଅନେକ ଅଚଂଳରେ ବିଦ୍ୟୁତ ସରାବରାହ ବନ୍ଦ କରିଦିଆଯାଇଛି ।

ଅନ୍ୟପକ୍ଷରେ ସେନା, ବାୟୁସେନା, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବନ୍ୟା ପିଡିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

ତେବେ ୧୯୨୪ ମସିହା ପରଠାରୁ ଏହା ହେଉଛି କେରଳ ପାଇଁ ସବୁଠାରୁ ଭୟଙ୍କର ବନ୍ୟା । ସୂଚନା ଅନୁଯାୟୀ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି ।

Leave A Reply

Your email address will not be published.