Latest Odisha News

BREAKING NEWS

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆସୁନି ସୁଧାର

ନୂଆଦିଲ୍ଲୀ: ବିଗିଡିବାରେ ଲାଗି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ବ୍ରେନ୍ ସର୍ଜରୀ ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ । ଏନେଇ ଆଜି ଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲ ପକ୍ଷରୁ ଜାରି ହେଲ୍‌ଥ ବୁଲେଟିନରୁ ସୂଚନା ମିଳିଛି ।

୮୪ ବର୍ଷୀୟ ଭାରତ ରତ୍ନ ପ୍ରାପ୍ତ ପ୍ରଣ ମୁଖାର୍ଜୀ ସୋମବାର ଦିଲ୍ଲୀ ସ୍ଥିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ବ୍ରେନ୍ ସର୍ଜରୀ ପାଇଁ ଅସିଥିଲେ ପରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ତଥାପି ତାଙ୍କ ବ୍ରେନ୍ ସର୍ଜରୀ କରାଯାଇଛି । ସୋମବାରଠାରୁ ସେ ଭେଂଟିଲେଟରରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ଦିଆଯାଇଛି ।

ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ ମାଧ୍ୟମରେ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୮ ତାରିଖ ତାଙ୍କ ପାଇଁ ସବୁଠାରୁ ଖୁସିର ଦିନ ଥିଲା । ସେଦିନ ତାଙ୍କ ପିତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଠିକ ବର୍ଷେ ପରେ ଅଗଷ୍ଟ ୧୦ ତାରିଖରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି | ଭଗବାନ ତାଙ୍କ ପିତାଙ୍କୁ ସୁଖ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ଶୁଭକାମନା ପାଇଁ ଚିନ୍ତା କରୁଥିବାରୁ ଜନତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Comments are closed.