Latest Odisha News

BREAKING NEWS

ପାକିସ୍ତାନର ଏକ ଗାଁ ଯେଉଁଠି ମନମୋହନଙ୍କ ନାଁରେ ରହିଛି ସରକାରୀ ସ୍କୁଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ଗୁରୁବାର ରାତିରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ପଡୋଶୀ ପାକିସ୍ତାନ ସହ ଖୁବ ଭଲ ସମ୍ପର୍କ ଥିଲା। ତାଙ୍କର ଜନ୍ମ ପାକିସ୍ତାନର ପଞ୍ଜାବର ଚକବାଲ୍ ଜିଲ୍ଲାର ଗାହ ଗାଁରେ ହୋଇଥିଲା। ୨୦୦୪ ରେ ମନମୋହନ ଭାରତର ପ୍ରଧାମନମନ୍ତ୍ରୀ ହେବାପରେ ଭାରତ ପାରି ପାକିସ୍ତାନରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ୨୦୦୭ ରେ ପାକିସ୍ଥାନର ପଞ୍ଜାବ ପ୍ରାନ୍ତର ତତ୍କାଳୀନ ସରକାର ମନମୋହନଙ୍କ ଗାଁ ଗାହକୁ ଆଦର୍ଶ ଗାଁ ଭାବରେ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ଆଜି ମଧ୍ୟ ସେହି ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ ମନମୋହନଙ୍କ ନାମରେ ନାମିତ ରହିଛି।

ମନମୋହନଙ୍କ ନାମରେ ପାକିସ୍ତାନୀ ସ୍କୁଲ
ପାକିସ୍ତାନରେ ଥିବା ଏହି ସ୍କୁଲ ‘ମନମୋହନ ସିଂହ ଗଭର୍ଣ୍ଣମେଣ୍ଟ ବୟଜ ସ୍କୁଲ’ ନାମରେ ନାମିତ ହୋଇଛି। ଏହି ସ୍କୁଲରେ ମନମୋହନ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ସେହି ଗାଁରେ ରହୁଥିବା ମନମୋହନଙ୍କ ସହପାଠୀ ରାଜା ମହମ୍ମଦ ଅଲି କହିଛନ୍ତି, ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ମନମୋହନଙ୍କ ସହିତ ଶ୍ରେଣୀ ଗୃହରେ ପାଠ ପଢିଛନ୍ତି। ଏହାପରେ ମନମୋହନ ପାଠ ପଢିବାକୁ ଚକବାଲ ଚାଲିଯାଇଥିଲେ। ଦୁଇ ଜଣ ଖୁବ ଭଲ ସାଙ୍ଗ ଥିଲେ। ପରେ ଦେଶ ବିଭାଜନ କାରଣରୁ ତାଙ୍କ ପରିବାର ଭାରତ ଚାଲିଯାଇଥିବା ମହମ୍ମଦ ଅଲି କହିଛନ୍ତି।

ଆଜି ବି ମନମୋହନଙ୍କୁ ଧନ୍ୟବାଦ ଦେଉଛନ୍ତି ଗାହ ଗ୍ରାମବାସୀ
ଗାହ ଗାଁ ଲୋକେ ଆଜି ମଧ୍ୟ ମନମୋହନଙ୍କୁ ଧନ୍ୟବାଦ ଦେଉଥିବା ମହମ୍ମଦ କହିଛନ୍ତି। କେବଳ ତାଙ୍କ ପାଇଁ ଗାହ ଆଦର୍ଶ ଗାଁର ମାନ୍ୟତା ପାଇଛି। ଏହା ସହିତ ଗାଁରେ ଡବଲ ରୋଡ଼, ଷ୍ଟ୍ରିଟ ଲାଇଟ ମଧ୍ୟ ଅଛି। ଗାଁରେ ପୁଅ ଓ ଝିଅଙ୍କ ପାଇଁ ଅଲଗା ବିଦ୍ୟାଳୟ ଅଛି। ସେହିପରି ଗାଁରେ ଦୁଇଟି ହସପିଟାଲ ମଧ୍ୟ ରହିଛି। ଏହାବ୍ୟତୀତ ମସଜିଦ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଘର ପର୍ଯ୍ୟନ୍ତ ସବୁ ପକ୍କା କରାଯାଇଛି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.