ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଭୁବନେଶ୍ୱରର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିଛି।
ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ତାଲିମ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରା ଯିଏ କି ଚାକିରିରୁ ଅବସର ନେଇସାରିଛନ୍ତି। ଆୟ ଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ପଠିତ ଧାରା ୧୩(୧) (ଇ) ଅନୁଯାୟୀ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଚାର୍ଜସିଟ୍ କରିଥିଲା।
ସ୍ୱତନ୍ତ୍ର ଅଦାଲତ, ଭିଜିଲାନ୍ସ, ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କ ଉପରେ ୧,୦୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏବେ ପ୍ରଭାକର ବେହେରାଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ।

