Latest Odisha News

BREAKING NEWS

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଓ ସ୍ୱାଇନ ଫ୍ଲୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ କରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସପ୍ତାହେ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ ।

ସୋସିଆଲ ମିଡିଆ ଏକ୍ସରେ ଅଶୋକ ଗେହଲଟ ଲେଖିଛନ୍ତି, ‘କିଛି ଦିନ ହେବ ଜ୍ୱର ହେବା କାରଣରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରିଥିଲି । ଯେଉଁଥିରେ କୋଭିଡ ପଜିଟିଭ ଓ ସ୍ୱାଇନ ଫ୍ଲୁ ପଜିଟିଭ ବାହାରିଛି । ଏହି କାରଣ ଯୋଗୁ ଆଗାମୀ ସାତ ଦିନ ଯାଏ କାହା ସହ ସାକ୍ଷାତ କରିପାରିବି ନାହିଁ ।’

ତାଙ୍କ ଅସୁସ୍ଥତାକୁ ନେଇ ତାଙ୍କ ସମର୍ଥକ ତଥା ଅନେକ କଂଗ୍ରେସ ନେତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜସ୍ଥାନର କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଗୋବିନ୍ଦ ସିଂହ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଏ ବାବଦରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅସୁସ୍ଥ ହେବାର ଖବର ମିଳିଛି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ସେ ତାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ”।

 

Leave A Reply

Your email address will not be published.