Latest Odisha News

ଚର୍ଚ୍ଚାରେ ଡିମିଟ୍ରିଙ୍କ ଭବିଷ୍ୟବାଣୀ: ଆମେରିକାରେ ଗୃହଯୁଦ୍ଧ, ଏସିଆ ହେବ ସବୁଠାରୁ ବଡ ଷ୍ଟକ ମାର୍କେଟ

ମସ୍କୋ: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଡଭେଡେଭଙ୍କ ଭବିଷ୍ୟବାଣୀ ଏବଂ ଚର୍ଚ୍ଚାର କାରଣ ସାଜିଛି । ୨୦୨୩ ପାଇଁ ସେ କରିଥିବା ଭବିଷ୍ୟବାଣୀ ଭିତରେ ଆମେରିକାର ଗୃହଯୁଦ୍ଧଠାରୁ ଆରମ୍ଭ କରି ଏସିଆରେ ସବୁଠାରୁ ବଡ ଷ୍ଟକ ମାର୍କେଟ ହେବ ରହିଛି ।

ଡିମିଟ୍ରିଙ୍କ ଭବିଷ୍ୟବାଣୀ
୧. ୟୁକ୍ରେନର ପଶ୍ଚିମାଂଚଳକୁ ପୋଲାଣ୍ଡ ଓ ହଙ୍ଗେରୀ କବଜା କରିନେବେ ।
୨. ଉତର ଆୟର୍ଲାଣ୍ଡ ୨୦୨୩ରେ ବ୍ରିଟେନଠାରୁ ଅଲଗା ହୋଇ ରିପବ୍ଲିକ ଅଫ ଆୟର୍ଲାଣ୍ଡରେ ସାମିଲ ହେବ ।
୩.ତେଲର ଦାମ ୧୫୦ ଡଲାର ପ୍ରତି ବ୍ୟାରେଲରେ ପଂହଚିବ ।


୪.ବ୍ରିଟେନ ପୁନର୍ବାର ୟୁରୋପୀୟ ୟୁନିୟନରେ ସାମିଲ ହେବ । ଏହା ପରେ ଇୟୁ ଭାଙ୍ଗିଯିବ । ୟୁରୋ ମୁଦ୍ରା ନିଶ୍ଚିହ୍ନ ହୋଇଯିବ ।
୫. ଜର୍ମାନୀ, ପୋଲାଣ୍ଡ, ବାଲିଷ୍ଟିକ ଷ୍ଟେଟସ, ଚେକ, ସ୍ଲୋଭାକିଆ ଓ କୀଭ ରିପବ୍ଲିକ ଏକତ୍ର ହେବେ । ନାଜୀ ସମ୍ରାଜ୍ୟର ଉତଥାନ ହେବ । ଏମାନେ ଏକତ୍ର ହୋଇ ଫ୍ରାନ୍ସ ସହିତ ଯୁଦ୍ଧ କରିବେ । ୟୁରୋପ ୨ ଭାଗ ହୋଇଯିବ ।
୬. ଆମେରିକାର କାଲିଫୋର୍ଣ୍ଣିଆରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିବ । ଟେକ୍ସାସ ଏକ ସ୍ୱତନ୍ତ୍ର ରାଜ୍ୟ ହେବ । ମେକ୍ସିକୋ ଓ ଟେକ୍ସସ ଏକତ୍ର ହେବେ ।
୭.ଆଲେନ ମସ୍କ ଅଧିକାଂଶ ରାଜ୍ୟରେ ନିର୍ବାଚନ ଜିତିବେ । ସେ ହେବେ ଆମେରିକାର ରାଷ୍ଟ୍ରପତି ।
୮. ଆମେରିକା ଓ ୟୁରୋପରୁ ଦୁନିଆର ସବୁଠାରୁ ବଡ ଷ୍ଟକ ମାର୍କେଟ ଓ ଆର୍ଥୀକ କେନ୍ଦ୍ର ଏସିଆକୁ ସ୍ଥାନାନ୍ତରିତ ହେବ ।

Comments are closed.