Latest Odisha News

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାୟଗଡ଼ାର ଏକ ହୋଟେଲରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

ବ୍ଲାଡିମିରଙ୍କ ମୃତ୍ୟୁର ଦିନକ ପରେ ଆଖି ବୁଜିଥିଲେ ବନ୍ଧୁ ଆଣ୍ଟୋଭା ପାଭେଲ୍ । ଆଣ୍ଟୋଭା ରହୁଥିବା ହୋଟେଲର ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ।

ପରେ ଜଣା ପଡ଼ିଥିଲା ଆଣ୍ଟୋଭା ହେଉଛନ୍ତି ଋଷର ସାଂସଦ । ସେ ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଲାଗି ପୁଟିନଙ୍କୁ ସମାଲୋଚନା କରିଥିଲେ । ନିକଟରେ ଆଣ୍ଟୋଭା ତାଙ୍କର ୬୬ ତମ ଜନ୍ମ ଦିବସ ପାଳନ ଲାଗି ଅନ୍ୟ ୩ ଜଣଙ୍କ ସହ ରାୟଗଡ଼ାରେ ପହଞ୍ଚିଥିଲେ । ହେଲେ ୨୨ ତାରିଖରେ ସନ୍ଦେହନଜନକ ବାବେ ବ୍ଲାଡିମିରଙ୍କ ମୃତ୍ୟୁ ହେବା ପରେ ଖ୍ରୀଷ୍ଟିଆନ୍ ନୀତିରୀତି ଅନୁସାରେ ଆଣ୍ଟୋଭା ଅନ୍ତିମ ସଂସ୍କାର କରିଥିଲେ ।

ବ୍ଲାଡିମିରଙ୍କ ମୃତ୍ୟୁର ଠିକ୍ ୨ ଦିନ ପରେ ଆଣ୍ଟୋଭା ପାଭେଲ ହୋଟଲ ଛାତରୁ ଖସି ପଡ଼ିଥିଲେ । ତେବେ ହୋଟେଲ୍ ରୁମରୁ ଡେଇଁ ଆଣ୍ଟୋଭା ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ଦୁର୍ଘଟଣା । ତାକୁ ନେଇ ନାନା ପ୍ରଶ୍ନ ଉଠିଥିଲା । ଏବେ ପୋଲିସ ଡିଜି ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.