Latest Odisha News

BREAKING NEWS

୧୦୨ ସନ୍ତାନ ଜନ୍ମ ପରେ ବୁଦ୍ଧି ପଶିଲା, କଲେ ପରିବାର ନିୟୋଜନ

ନୂଆଦିଲ୍ଲୀ: ହୁ ହୁ ବଢୁଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ  କାର୍ଯ୍ୟକାରୀ ହୋଇଛି ପରିବାର ନିୟନ୍ତ୍ରଣ ଯୋଜନା ।  ହେଲେ ଏହାର ବ୍ୟତ୍ରିକମ ହେଉଛନ୍ତି ମୁସା ହସାହୟା  ।  ତାଙ୍କର ୨ ବା ୪ ପତ୍ନୀ ନୁହଁନ୍ତି, ୧୨ ଜଣ ପତ୍ନୀ । ଆଉ ସନ୍ତାନ ସଂଖ୍ୟା ଶୁଣିଲେ ମୁଣ୍ଡ ଘୁରିଯିବ । ମୁସାଙ୍କର ୧୦୨ ସନ୍ତାନ । ନାତିନାତୁଣୀ ତାଠାରୁ ଅଧିକ ଅର୍ଥାତ ୫୬୮ । ଏବେ ମୁସାଙ୍କ ମୁଣ୍ଡରେ ଚିନ୍ତା ପଶିଛି କେମିତି ଚଳିବ ତାଙ୍କର ପରିବାର । ତେଣୁ ସେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଚିନ୍ତା କରୁଛନ୍ତି ।

BjdElectrycity

ଆଫ୍ରିକାର ଉଗାଣ୍ଡା ଅଞ୍ଚଳର ବାସିନ୍ଦା ମୁସା ପେଷାରେ ଜଣେ ଚାଷୀ । ବଡ ପରିବାର ପାଇଁ ସେ ବେଶ ପରିଚିତ ।  ଚାଷ କରି ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳାନ୍ତି । ଦିନ ଯେତେ ଆଗକୁ ଯାଉଛି, ମୁସାଙ୍କ ପରିବାର ଚିନ୍ତା ସେତେ ବଢୁଛି । ଏବେ ଏତେବଡ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ହେଲାଣି । ତେଣୁ ପରିବାର ନିୟୋଜନ କଥା ଭାବୁଛନ୍ତି ।

ସବୁଠାରୁ ମଜାକଥା ହେଉଛି, ଏତେ ସନ୍ତାନ ପରେ ବି ମୁସା ତାଙ୍କ ପତ୍ନୀମାନଙ୍କୁ ଗର୍ଭ ନିରୋଧକ ବଟିକା ଖାଇବାକୁ ଦେଉଛନ୍ତି ।

ମୁସା ଉଗାଣ୍ଡାର ଲୁସାକା ସହରରେ ରୁହନ୍ତି । ଏଠାରେ ଏକାଧିକ ବିବାହ ପ୍ରତି କୌଣସି ବାରଣ ନାହିଁ । ମୁସା ଜଣକ ପରେ ଜଣେ ଏମିତି ୧୨ ଜଣଙ୍କ ସହ ବିବାହ କରିଛନ୍ତି । ସବ ପତ୍ନୀ ଗୋଟିଏ ଘରେ ରୁହନ୍ତି । ସେ ନିଜ ପତ୍ନୀଙ୍କ ଉପରେ ନଜର ରଖିବା ପାଇଁ ଏପରି କରିଛନ୍ତି । ୧୦୨ ସନ୍ତାନଙ୍କ ମଧ୍ୟରୁ ୧୧ଜଣ ସନ୍ତାନ ସବୁଠାରୁ ସାନ ପତ୍ନୀ ଜୁଲେକାଙ୍କର  । ଏବେ ଖର୍ଚ୍ଚ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬୭ ବର୍ଷର ମୁସାଙ୍କ ଆାର୍ଥିକ ଅବସ୍ଥା ଖରାପ ହେବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

ମୁସାଙ୍କର   ସନ୍ତାନଙ୍କ ବୟସ ୬ରୁ ୫୧ ମଧ୍ୟରେ ।  ସବୁପିଲାମାନେ ତାଙ୍କ ସହ କ୍ଷେତରେ କାମ କରନ୍ତି । ତାଙ୍କର ସବୁଠାରୁ ବଡ ପୁଅ ମୁସାଙ୍କ ୧୧ ତମ ପତ୍ନୀଙ୍କଠାରୁ ୨୧ ବର୍ଷ ବଡ ।  ମୁସାଙ୍କର ୨ ଜଣ ପତ୍ନୀ ଅଭାବ ଅନଟନ ସହି ନ ପାରି ପଳାଇ ଯାଇଛନ୍ତି । ଏବେ ତାଙ୍କ ସହ ରହୁଛନ୍ତି  ୧୦ ଜଣ ପତ୍ନୀ । ଅନ୍ୟ ସମସ୍ତ ପତ୍ନୀ ଗର୍ଭ ଧାରଣ ନ କରିବା ପାଇଁ ଗର୍ଭ ନିରୋଧକ ବଟିକା ଖାଉଛନ୍ତି ।

 

Leave A Reply

Your email address will not be published.