Latest Odisha News

BREAKING NEWS

ସାହି ଭିତରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୁରୀ: ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିଲେ ଦୁର୍ବୃତ୍ତ । ସାହି ଭିତରେ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳିସାହି ଥାନା ମିଶ୍ରସାହିରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସାହିରେ ଦେଖାଦେଇଛି ଚାପା ଉତ୍ତେଜନା । ପୋଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣକାରୀଙ୍କୁ ଧରିବାକୁ ତନାଘନା ଚାଲିଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା ବି କରୁଛି ।

Leave A Reply

Your email address will not be published.