Latest Odisha News

BREAKING NEWS

ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ, ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜନକୁ ବିରୋଧ

ପାରାଦୀପ: ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ । ମାସକୁ ୨୬ ଟି ବଦଳରେ ମାତ୍ର ୭ରୁ ୮ଟି ଡିଉଟି କମ୍ପାନୀ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କଲେ ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜିତ କରିବାକୁ କହୁଛନ୍ତି କମ୍ପାନି କତୃପକ୍ଷ । ଯାହାର ପ୍ରତିବାଦରେ କମ୍ପାନି ଭିତରେ ଆଜି ଶ୍ରମିକ ମାନଙ୍କର ଧାରଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ସ୍ଥିତ ପିଆଇସିଟି କମ୍ପାନୀ କିଛି ଶ୍ରମିକ ମାନଙ୍କୁ ମାସକୁ ୨୬ ଟି ବଦଳରେ ମାତ୍ର ୭ରୁ ୮ଟି ଡିଉଟି ଦେଉଛି । ଯାହାର ପ୍ରତିବାଦ କରି କମ୍ପାନି କତୃପକ୍ଷଙ୍କୁ ଜଣାଇଥିଲେ ଶ୍ରମିକ । ମାତ୍ର ଏହାର ପ୍ରତିଉତ୍ତରରେ ସେହି ଶ୍ରମିକ ମାନଙ୍କୁ କମ୍ପାନିରୁ ବାହାର କରି ନୂଆ ଶ୍ରମିକ ନିୟୋଜିତ କରିବାକୁ ଧମକ ଦେଉଛନ୍ତି କମ୍ପାନି କତୃପକ୍ଷ । ଏହାକୁ ବିରୋଧ କରି କମ୍ପାନି ଭିତରେ ଉକ୍ତ ଶ୍ରମିକ ମାନେ ଧାରଣାରେ ବସିଥିବା ବେଳେ କମ୍ପାନି ବାହାରେ ସେହି ଶ୍ରମିକଙ୍କ ପରିବାର ଲୋକ ଧାରଣାରେ ବସିଛନ୍ତି । ପାରାଦୀପ ପୋର୍ଟ ମଜଦୁର ସଂଘର ଶ୍ରମିକ ମାନଙ୍କ ପ୍ରତି ଏଭଳି ଅନ୍ୟାୟ ହୋଇଥିବା ବେଳେ ସଠିକ ସମୟ ଭିତରେ ଯାଦି ଏହାର ସମାଧାନ କରାନଯାଏ ତେବେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରମିକ ସଂଘ ସଭାପତି ପ୍ରକାଶ ତ୍ରିପାଠୀ |

Leave A Reply

Your email address will not be published.