Latest Odisha News

BREAKING NEWS

କରୋନାଭାଇରସ ନେଲା ପାକିସ୍ତାନର ସ୍କ୍ୱାଶ ଖେଳାଳି ଆଜମଙ୍କ ଜୀବନ

ଲାହୋର: ପାକିସ୍ତାନର ମହାନ ସ୍କ୍ୱାଶ ଖେଳାଳି ଆଜମ ଖାଁ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ୯୫ ବର୍ଷୀୟ ଆଜମ ଲଣ୍ଡନରେ ରହୁଥିଲେ ।

୧୯୫୯ରୁ ୧୯୬୨ ମଧ୍ୟରେ ସେ ୪ ଥର ବ୍ରିଟିଶ ଓପନ ଟାଇଟଲ ଜିତିଥିଲେ । କରୋନାରେ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ସେ ମୃତ୍ୟୁବରଣ କରିଛନ୍ତି ।

ଆଜମଙ୍କ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଅପରପକ୍ଷରେ ଚୀନର ମହିଳା ଆଇସ ହକି ଟିମର ୨ ଜଣ ଖେଳାଳି ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କୁ କ୍ୱାରେଟାଂଇନରେ ରଖାଯାଇଛି ।

ଆଜମ ୧୪ ବର୍ଷୀୟ ପୁତ୍ରଙ୍କ ମୃତ୍ୟୁ ପରେ ୧୯୬୨ରେ ସ୍କ୍ୱାଶ ଖେଳିବା ଛାଡି ଦେଇଥିଲେ । ତୁର୍କୀର ପୂର୍ବତନ ଗୋଲକିପର ରୁସ୍ତୁ ରେସୱର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.