Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନା, କୁରାନ୍ ଓ ଟ୍ରମ୍ପ, କାହା ସହିତ କାହାର ରହିଛି ସଂପର୍କ ?

ଭୁବନେଶ୍ୱର: କରୋନା ଭଳି ମହାମାରୀ ଅନେକ ଦେଶଙ୍କୁ ଲକ୍‌-ଡାଉନ୍ କରିବାକୁ ବାଧ୍ୟ କରିଛି । ଏମିତି ପରିସ୍ଥିତିରେ ଆମେରିକୀୟ ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଅନେକ ସୋସିଆଲ୍ ମିଡିଆ ୟୁଜର୍‌ଙ୍କ ଦାବି ଅନୁସାରେ କୋଭିଡ୍‌-୧୯କୁ କାବୁ କରିବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ କୁଆଡେ ପବିତ୍ର କୁରାନ୍‌ର ସାହାରା ନେଇଛନ୍ତି ।

କିଛି ଏପରି କ୍ୟାପ୍ସନ ସହ ଏହି ଭିଡିଓଟିକୁ ଖାସ୍ କରି ଇସଲାମିକ୍ ଦେଶର ନାଗରିକମାନେ ଟୁଇଟର୍ ଓ ଫେସ୍‌ବୁକ୍‌ରେ ବହୁମାତ୍ରାରେ ପ୍ରଚାର କରିଥିଲେ । (ଫେସ୍‌ବୁକ୍ ଲିଙ୍କରେ ଭିଡିଓଟି ଉପଲବ୍‌ଧ)

https://www.facebook.com/100000220633827/videos/3486751691342151/

ତେବେ କେତେ ସତ୍ୟତା ରହିଛି ଏହି ଭିଡିଓରେ ? ସତରେ କ’ଣ ରାଷ୍ଟ୍ରପତି ଟ୍ରମ୍ପ କୁରାନ୍ ଛନ୍ଦ ବାଦନର ଆୟୋଜନ କରିଥିଲେ ନା ଏହି ଭିଡିଓଟି ଏକ ମିଥ୍ୟା ଗୁଜବ ମାତ୍ର !

ଭିଡିଓର ସତ୍ୟତା ଜାଣିବା ପାଇଁ ଭାଇରାଲ୍ ପୋଷ୍ଟମୋର୍ଟମ ଟିମ୍ ଅନେକ ଛାନଭିନ୍ କରିଥିଲା । ଖୋଳତାଡରୁ ଜଣାପଡିଥିଲା ଭିଡିଓଟି ଅରିଜିନାଲ ଭର୍ସନର ଥିବାବେଳେ ଯେଉଁ ଉଦ୍ଦେଶ୍ୟରେ ଏହାକୁ ଭାଇରାଲ୍ କରାଯାଇଛି ତାହା ୧୦୦% ମିଛ ।

୨୦୧୭ରେ ଏହି ଭିଡିଓଟିକୁ ଉତ୍ତୋଳନ କରାଯାଇଥିଲା । ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ ପତ୍ନୀ ମେଲିନାଙ୍କ ସହ ଉଦଘାଟନୀ ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ । ପ୍ରାର୍ଥନା ସଭାରେ ଅଲ୍ ଦୁଲେସ୍ ଏରିଆ ମୁସଲିମ୍ ସୋସାଇଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଇମାମ୍ ମହମ୍ମଦ ମାଜିଦ୍ ପବିତ୍ର କୁରାନ୍‌ର ଛନ୍ଦ ବାଦନ କରିଥିଲେ ।

ଋଷିଆ ୱେବ୍ ସର୍ଚ୍ଚ ଇଂଜିନ୍ ୟାଣ୍ଡେକ୍ସରେ ଖୋଳତାଡ କରିବା ପରେ ଏହି ଭିଡିଓକୁ ନେଇ କିଛି ସୁରାକ୍ ମିଳିଥିଲା । ଯାହାକୁ ଭାଇରାଲ୍ ପୋଷ୍ଟମୋର୍ଟମ ଟିମ୍ ଅନୁସରଣ କରି ଗୁଗଲ୍‌ରେ ଛାନଭିନ୍ କରିଥିଲା ।

ସିଏନଏନ୍ ଟିଭି ଚ୍ୟାନେଲ ଏହି ଭିଡିଓକୁ ଅପଲୋଡ୍ କରିବା ସହ ସତ କ’ଣ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା ।

ସେହିଭଳି ଏବିସି ଟିଭି ଚ୍ୟାନେଲ୍ ବି ଉଦଘାଟନୀ ପ୍ରାର୍ଥନା ସଭାରେ ନିଜ ସ୍ତ୍ରୀ ଓ ଉପ-ରାଷ୍ଟପତି ମାଇକ୍ ପେନ୍ସଙ୍କ ସହ ଟ୍ରମ୍ପ ସାମିଲ ହୋଇଥିବା ନେଇ ସ୍ପଷ୍ଟ କରିଥିଲା ।

ମିଥ୍ୟା ମେସେଜ ଜରିଆରେ ରାଷ୍ଟ୍ରପତି ଟ୍ରମ୍ପ କରୋନା ମୁକାବିଲା ପାଇଁ ହ୍ୱାଇଟ୍ ହାଉସ୍‌ରେ କୁରାନ୍ ଛନ୍ଦ ବାଦନର ଆୟୋଜନ କରିଥିବା ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା ।

ଏକାଧିକ ପ୍ରମାଣ ସହିତ ଏହି ଭିଡଓର ସତ୍ୟତାକୁ ନେଇ ଓଡିଶା ସମ୍ବାଦ ତର୍ଜମା କରିଛି । ଏବେ ନିଷ୍ପତ୍ତି ଆପଣଙ୍କର ।

ଫକ୍ସ ୧୦ ଫୋଏନିକ୍ସ ଦ୍ୱାରା ଅପଲୋଡ ହୋଇଥିବା ଏହି ୟୁଟ୍ୟୁବ୍ ଲିଙ୍କ୍‌ରେ ଆପଣ ଭିଡିଓର ଅରିଜିନାଲ୍ ଭର୍ସନକୁ ଦେଖିପାରିବେ । (Courtesy Youtube)

Leave A Reply

Your email address will not be published.