Latest Odisha News

BREAKING NEWS

ପୂର୍ବତନ ରାଜ୍ୟ ବିଜେପି ସଭାପତି ‘ମୁଣ୍ଡକାଟ’ ଧମକ ଦେଇଥିବା ଅଭିଯୋଗ

ଜୁନାଗଡ: ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ବୈଠକରେ ମୁଣ୍ଡକାଟ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ଜୁନାଗଡ ଏନଏସିରେ ନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ସମୟରେ ବିଜେଡି କାଉନସିଲରଙ୍କ ସହ ଯୁକ୍ତିତର୍କ ବେଳେ ସାଂସଦ ପଣ୍ଡା ମୁଣ୍ଡକାଟ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଜୁନାଗଡ ଏନଏସିର ଅଧ୍ୟକ୍ଷ ପଦ ବିଜେପି ପାଖରେ ରହିଛି । ଏଠାରେ ୧୨ କାଉନସିଲରଙ୍କ ମଧ୍ୟରୁ ବିଜେଡି ୧୦ଟିରେ ବିଜୟୀ ହୋଇଛି।  ବୈଠକ ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ବିଜେଡିର କାଉନସିଲରମାନେ । ଏହି ସମୟରେ ସାଂସଦ ସମସ୍ୟା ଉପରେ ନିଜର ମତ ରଖିଥିଲେ । ପରେ ଏକ ପ୍ରସଙ୍ଗରେ ଉତ୍ତର ଦେବାକୁ ଯାଇ ସାଂସଦ ମୁଣ୍ଡକାଟ ଧମକ ଦେଇଥିଲେ। ଯାହାକୁ ନେଇ ବିଜେଡି କାଉନସିଲର ଆପତ୍ତି ଉଠାଇଛନ୍ତି।

ସୋଶିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଯାହାକି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ସାଂସଦ ଏପରି କିଛି ଧମକ ଦେଇନାହାନ୍ତି ବୋଲି ଏନଏଏସିର ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ୱାଲ ସଫେଇ ଦେଇଛନ୍ତି । ବିରୋଧୀ ବିଜେଡି ଶିବିର ଏହାକୁ ବଢାଇ ଚଢାଇ ବିବାଦୀୟ କରୁଛି । ସାଂସଦ ଯାହା କହିଛନ୍ତି ତାହା ଗୋଟିଏ ପ୍ରସଙ୍ଗରେ ମତ ରଖିବାକୁ ଯାଇ କହିଥିଲେ । କିନ୍ତୁ ବିରୋଧୀ ଯେଉଁ ପ୍ରସଙ୍ଗରେ ଏହାକୁ ଯୋଡୁଛନ୍ତି ସେଥିରେ କୌଣସି ଆଧାର ନାହିଁ। ତେବେ ବସନ୍ତ ପଣ୍ଡା ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Leave A Reply

Your email address will not be published.