Latest Odisha News

BREAKING NEWS

୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଭାରତରେ ନିବେଶ କରିବାକୁ ଆହ୍ୱାନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଓ୍ୱାଶିଂଟନ: ଭାରତ-ଆମେରିକା ସମ୍ପର୍କର ଅନ୍ୟତମ ସ୍ତମ୍ଭ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶର ଭାଗିଦାରୀ। ଭାରତ ମହାସାଗର କ୍ଷେତ୍ର, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ‘ଆକ୍ଟ ଇଷ୍ଟ’ ଏବଂ ‘ପଡ଼ୋଶୀ ପ୍ରଥମେ’ ନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଆମର ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଆମେରିକାରେ ଦୁଇ ଦେଶର ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ରାଜନାଥ ସିଂହ ଏପରି କହିଛନ୍ତି ।

BjdElectrycity

୨୦୦୪ର ସୁନାମୀ ଏବଂ କୋଭିଡ୍ ସମୟରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୮ଟି ପୃଥକ ପ୍ରତିରକ୍ଷା ସମ୍ବନ୍ଧୀୟ ରାଜିନାମା ଚୁକ୍ତି ହୋଇଛି। ଯେଉଁଥିରେ ମହାକାଶ ଉପରେ ମଧ୍ୟ ରାଜିନାମା ସାମିଲ ରହିଛି, ଯାହା ଆଜି (ସୋମବାର) ସ୍ୱାକ୍ଷର ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ମହାମାରୀ ସତ୍ତ୍ୱେ ଭାରତ-ଆମେରିକା ସାମରିକ ସମ୍ପର୍କ ଭଲ ରହିଛି । ପ୍ରତିରକ୍ଷା ଭାଗିଦାରୀ ବୃଦ୍ଧି ପାଇଛି। ଏକ ଦଶନ୍ଧି ମଧ୍ୟରେ ଆମେରିକାରୁ ଭାରତ ୨୦ ବିଲିୟନ ଆମେରିକୀୟ ଡଲାର ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ବୃଦ୍ଧି ପାଇଛି। ଆମେ ଭାରତରେ ନିବେଶ କରୁଥିବା ଆମେରିକୀୟ କମ୍ପାନୀ ଏବଂ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସମର୍ଥନ କରିବା ପାଇଁ ଆଗ୍ରହୀ। ତେଣୁ ଯେଉଁ ଆମେରିକା କମ୍ପାନୀ ଭାରତ ଆସିବାକୁ ଇଚ୍ଛୁକ ତାଙ୍କୁ ଭାରତ ସ୍ୱାଗତ କରୁଛି ବୋଲି ରାଜନାଥ ସିଂହ କହିଛନ୍ତି।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିର ଏବଂ ବିକାଶ ପାଇଁ ଆମର ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବୈଠକରେ ଆମେ ଆମ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ରର ମୂଲ୍ୟାଙ୍କନ ମଧ୍ୟ ବାଣ୍ଟିଥିଲୁ। ମହାକାଶ ବିଭାଗ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟ ‘ସ୍ପେସ୍ ସିଚୁଏଶନାଲ୍ ଏଭର୍ଣ୍ଣେସ୍ ଏଗ୍ରିମେଣ୍ଟ’ କରିଛନ୍ତି।

ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ର ଏବଂ ପ୍ରତିରକ୍ଷା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଆଲୋଚନା ଅନ୍ୟ କେତେକ ପଦକ୍ଷେପ ଏବଂ ଚୁକ୍ତି ଆମ ସାମରିକ ସହଭାଗିତାର ପରିସରକୁ ଆହୁରି ବିସ୍ତାର କରିବାରେ ସହଯୋଗ କରିଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା, ଏରୋସ୍ପେସ୍ ଏବଂ ମେକ୍ ଫର୍ ଇଣ୍ଡିଆ ଏବଂ ବିଶ୍ୱ କାର୍ୟ୍ୟକ୍ରମରେ ଭାଗ ନେବା ପାଇଁ ମଧ୍ୟ ମୁଁ ଆମେରିକୀୟ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଛି।

ଆମେ ଆମେରିକୀୟ କମ୍ପାନୀମାନଙ୍କ ସହ ବିକାଶ ଏବଂ ଉତ୍ପାଦନ ପାଇଁ ଆଗ୍ରହୀ । ଆମେରିକୀୟ ପ୍ରତିରକ୍ଷା କମ୍ପାନୀମାନଙ୍କୁ ୟୁପି ଏବଂ ତାମିଲନାଡୁରେ ପ୍ରତିରକ୍ଷା ଶିଳ୍ପ କରିଡରରେ ଅଧିକ ପୁଞ୍ଜିନିବେଶ କରିବାକୁ ଅନୁରୋଧ କରିଛୁ ବୋଲି ରାଜନାଥ ସିଂହ କହିଛନ୍ତି।

Leave A Reply

Your email address will not be published.