Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଦେହାନ୍ତ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ହାଇଦ୍ରାବାଦରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ସେ ଦୀର୍ଘ ଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଶନିବାର ବିଳମ୍ବିତ ରାତିରେ ହଠାତ୍ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ରବିବାର ଭୋର୍ ପ୍ରାୟ ୧ଟା ୨୯ମି.ରେ ତାଙ୍କର ଦେହାନ୍ତ ହୋଇଥିଲା ।

ତେବେ ସୋମବାର ଦିନ ତାଙ୍କର ଶେଷକୃତ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ସ୍ୱର୍ଗତଃ ରେଡ୍ଡୀ ଆଇ.କେ ଗୁଜରାଲଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ସେ କଂଗ୍ରେସ ନେତୃତ୍ୱାଧୀନ ଉପା-୧ ସରକାରରେ ନଗର ଉନ୍ନୟନ ଓ ସଂସ୍କୃତି ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପରେ ଉପା-୨ ସରକାରରେ ସେ ନଗର ଉନ୍ନୟନ, ପେଟ୍ରୋଲିୟମ୍, ଆର୍ଥ ସାଇନ୍ସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

Leave A Reply

Your email address will not be published.