Latest Odisha News

BREAKING NEWS

କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହେଲେ ୧୪ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ରବିବାର ଦିନ ବାଚସ୍ପତି କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ ଜଣ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ବିଧାୟକମାନେ ଆଗାମୀ ୪ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ବୋଲି ଜଣାପଡିଛି ।

ତେବେ କର୍ଣ୍ଣାଟକରେ ନବଗଠିତ ୟେଦ୍ଦୁରପ୍ପା ସରକାର ଆସନ୍ତାକାଲି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ।

ସୂଚନାଯୋଗ୍ୟ, ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାରକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ସପକ୍ଷରେ ୧୦୫ଟି ଭୋଟ ମିଳିଥିଲା । ଏହି ଆସ୍ଥା ଭୋଟରେ ପରାଜିତ ହେବାପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.