ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଝାରସୁଗୁଡ଼ା ଏଡିଜେ କୋର୍ଟ ।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୨୭ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହତ୍ୟା କରିଥିଲା । ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ଜଣେ ମଦ୍ୟପ ଏହି ହତ୍ୟା କରିଥିଲା ।
ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।
Comments are closed.