Latest Odisha News

BREAKING NEWS

ଫର୍ମୁଲା ୱାନ ରେସର ଲୁଇସ ହାମିଲଟଙ୍କୁ ମିଳିଲା ସାର୍ ଉପାଧି

ଲଣ୍ଡନ: ବ୍ରିଟେନର ଲୋକପ୍ରିୟ ଫର୍ମୁଲା ୱାନ କାର ରେସରଙ୍କୁ ଗୁରୁବାର ସାର୍ ଉପାଧି ମିଳିଛି । ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ସମ୍ମାନ ନାଇଟହୁଡ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ହାମିଲଟନ ବିସିସି ସ୍ପୋର୍ଟ୍ସ ପର୍ସନାଲିଟି ଅଫ ଦି ଇୟର, ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ମ୍ୟାନ ଅଫ ଦି ଇୟର ଓ ଜିକ୍ୟୁ ଗେମ ଚେଞ୍ଜର ଅଫ ଦି ଇୟର ପୁରସ୍କାର ମଧ୍ୟ ପାଇ ସାରିଛନ୍ତି ।

୬ଷ୍ଠ ଫର୍ମୁଲା ୱାନ ଡ୍ରାଇଭର ଭାବେ ହାମିଲଟନଙ୍କୁ ଏହି ଉପାଧି ମିଳିଛି । ମର୍ସିଡିଜ ଡ୍ରାଇଭର ହାମିଲଟନ ୩୦ ନଭେମ୍ବରରେ କରୋନା ପଜିଟିଭ ହୋଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କ୍ରମାଗତ ୪ର୍ଥ ଥର ପାଇଁ ସେ ଫର୍ମୁଲା ୱାନ ୱାର୍ଲ୍ଡ ଚାମ୍ପିୟନଶିପ ଜିତିଛନ୍ତି ।

Leave A Reply

Your email address will not be published.