Latest Odisha News

BREAKING NEWS

ବ୍ରିଟେନ କରୋନା ଷ୍ଟ୍ରେନରେ ଓଡିଶାର କେହି ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ବିଦେଶରୁ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏଯାଏଁ ଓଡିଶାକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ କୌଣସି ବ୍ୟକ୍ତିଙ୍କଠାରେ ବ୍ରିଟେନର ନୂଆ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।

BjdElectrycity

ରାଜ୍ୟକୁ ବ୍ରିଟେନରୁ ଫେରିଥିବା ୧୮୮ଜଣଙ୍କ ମଧ୍ୟରୁ ୧୭୯ଜଣ ଚିହ୍ନଟ କରାଯାଇଛି । ଅନ୍ୟ ୯ ଜଣଙ୍କ ପରିଚୟ ଜଣାପଡିପାରିନାହିଁ । ସେମାନଙ୍କର ନମୁନା ପରୀକ୍ଷା ହୋଇସାରିଛି । ଏପରିକି ସେମାନଙ୍କ ପ୍ରାୟ ୨୦୪ ଜଣ ସମ୍ପର୍କୀୟଙ୍କର ବି ନମୁନା ପରୀକ୍ଷା ହୋଇଛି । ଫେରିଥିବା ୪ ଜଣ ବ୍ୟକ୍ତି ଓ ତାଙ୍କ ୩ ସମ୍ପର୍କୀୟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.