ଭୁବନେଶ୍ୱର: ୩୬ ଘଣ୍ଟା ଉପବାସ ରହିବା ଆମ ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଏହା ଶରୀରରେ ଜମା ହୋଇଥିବା ଚର୍ବିକୁ ଏନର୍ଜି ଭାବେ ବ୍ୟବହାର କରି ଓଜନ କମାଇବାରେ ସାହାଯ୍ୟ କରେ। ଗ୍ଲୁକୋଜ ବଦଳରେ ଚର୍ବିରୁ ଏନର୍ଜି ନେଇ ଶରୀର ଚର୍ବିକୁ ତରଳାଇବାରେ ବା ଜଳାଇବାରେ ପ୍ରକ୍ରିୟାକୁ ସହଜ କରିଥାଏ। ଏହି ଉପବାସ ପୁରୁଣା ଓ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ନଷ୍ଟ କରି ନୂଆ ଓ ସୁସ୍ଥ କୋଷ ତିଆରି କରେ।
ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ। ମନ ଶାନ୍ତ ରହିଥାଏ ଓ ଚାପ କମିଥାଏ। ପାକସ୍ଥଳୀର ସ୍ୱାସ୍ଥ୍ୟ ଭଲ ରହି ହଜମ ଶକ୍ତି ଠିକ୍ ରହେ। ଶରୀରରେ ସୁଜନ କମିବା ସହ ଖାଦ୍ୟ ପ୍ରତି ଅତ୍ୟଧିକ ଇଚ୍ଛା ନିୟନ୍ତ୍ରଣ ହୋଇଥାଏ। ଏହା ଶରୀରର ବୃଦ୍ଧି ହରମୋନ୍କୁ ବଢ଼ାଇବା ସହ ଲିଭର ଓ କିଡ଼ନୀ ଭଳି ଅଙ୍ଗଗୁଡ଼ିକୁ ସୁସ୍ଥ ରଖେ।
ହରିୟାଣାର ଫିଟନେସ୍ ଇନ୍ଫ୍ଲୁଏନ୍ସର ସୋନିଆ ହୁଡ୍ଡା କହିଛନ୍ତି ଯେ, ୩୬ ଘଣ୍ଟା ଉପବାସ ଶରୀରକୁ ସକାରାତ୍ମକ ଫଳ ଦେଇଥାଏ। ଏକାଦଶୀ କିମ୍ବା ନବରାତ୍ରି ଭଳି ଲମ୍ବା ଉପବାସ ଆମ ଦେଶରେ ପୁରୁଣା କାଳରୁ ଚଳି ଆସୁଛି ଓ ଏହା ଲାଭଦାୟକ। ଏହି ସମୟରେ ଶରୀର ନିଜକୁ ମରାମତି କରେ, ଯାହାକୁ ଅଟୋଫେଜି ପ୍ରକ୍ରିୟା କୁହାଯାଏ। ମାଂସପେଶୀ ମରାମତି ହେବା ସହ ଶରୀର ଡିଟକ୍ସ ହୋଇଥାଏ।
ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ୩୬ ଘଣ୍ଟା ଉପବାସ ରଖନ୍ତି। ସେ କହିଛନ୍ତି ଯେ, ଏହା ମେଟାବୋଲିଜିମ୍କୁ ମଜବୁତ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ। ଅଟୋଫେଜି ପ୍ରକ୍ରିୟା ଶରୀରକୁ ଡିଟକ୍ସ କରି ନୂଆ କୋଷ ତିଆରି କରେ। ଏହା କ୍ୟାନ୍ସର, ଡାଇବେଟିସ୍, ହୃଦ୍ରୋଗ ଓ ସ୍ନାୟୁ ସମସ୍ୟା ଭଳି ରୋଗରୁ ରକ୍ଷା କରିଥାଏ। ଏହା ଆୟୁ ବଢ଼ାଇବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ।
Comments are closed.