Latest Odisha News

BREAKING NEWS

T20 Match Ticket: ବାରବାଟୀ ଟି- ଟ୍ବେଣ୍ଟି ମ୍ୟାଚ ଟିକଟ କଳାବଜାରୀ; ୪ ଗିରଫ ଓ ୨୧ ଟିକଟ ଜବତ

କଟକ: ବାରବାଟୀ ଟି-ଟ୍ବେଣ୍ଟି ଟିକେଟ କଳାବଜାରୀ ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। । ସେମାନଙ୍କ ନିକଟରୁ ଟି-୨୦ ମ୍ୟାଚର ୨୧ଟି ଟିକେଟ୍ ପୋଲିସ ଜବତ କରିଛି। ବିଡାନାସୀ ପୋଲିସ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି ଓ ଅଭିଯୁକ୍ତମାନଙ୍କ ଠାରୁ ୧୨ ଟିକେଟ ଜବତ ହୋଇଛି । ଏପଟେ ଦରଘା ବଜାର ପୋଲିସ ଦ୍ବାରା ୨ ଜଣ ଗିରଫ ସହ ୯ ଟିକେଟ ଜବତ ହୋଇଛି ।

ସୂଚନାଥାଉକି, ଏଥର ମୋଟ ୪୨ ହଜାର ଟିକେଟ ଭିତରୁ କାଉଣ୍ଟରକୁ ଆସିଥିଲା ମାତ୍ର ୧୦ ହଜାର ଟିକେଟ। ଅନ ଲାଇନ ପ୍ଲାଟଫର୍ମରେ ବିକ୍ରୀ ହେଲା ୨ ହଜାର ଟିକେଟ ।

ଖବରମୁତାବକ,  ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ସନ୍ଧ୍ୟାରେ ଏକାକୀ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ।ସୋମବାର ପୂର୍ବାହ୍ନ ସାଢ଼େ ୧ଟାରେ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ। ନେଟ୍‌ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲାରହିବ ।

Leave A Reply

Your email address will not be published.