Latest Odisha News

BREAKING NEWS

ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ, ନିକଟରେ ସେମାନେ ରୁଷ୍‌ରୁ ତାଲିମ ନେଇ ଫେରିଛନ୍ତି 

ନୂଆଦିଲ୍ଲୀ: ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ । ସେମାନେ ରୁଷ୍‌ରୁ ସଫଳତାର ସହ ତାଲିମ ନେଇ ନିକଟରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ ଜଣ ଟେଷ୍ଟ୍‍ ପାଇଲଟ୍‌ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ ପରିଚିତ ହେବା ନିମନ୍ତେ ରୁଷ୍‌ ଯାଇଥିଲେ । ଏବେ ଭାରତର ବିଭିନ୍ନ ଅଞ୍ଚଳରେ ସେମାନେ ଏହି ଅଭିଯାନଭିତ୍ତିକ ତାଲିମ ନେବେ ବୋଲି ‘ଇସ୍ରୋ’ ଅଧ୍ୟକ୍ଷ କେ ଶିବନ କହିଛନ୍ତି । 

ଚେନ୍ନାଇସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍‌ ଟେକ୍ନୋଲୋଜି’ରେ ସେମାନଙ୍କୁ ପାଣିରେ ଭାସି ରହିବା ଏବଂ ବଞ୍ଚିରହିବା ନିମନ୍ତେ ତାଲିମ ଦିଆଯିବ । ଏଥିପାଇଁ ବାୟୁସେନା, ସ୍ଥଳସେନା ଏବଂ ନୌସେନାର ସହଯୋଗ ନିଆଯାଇଥିବା ଜଣାପଡିଛି । 

ଏହାଛଡ଼ା, ବେଙ୍ଗାଲୁରୁରେ ଥିବା ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌’ ଏବଂ ‘ଇସ୍ରୋ ସାଟେଲାଇଟ୍‌ ଇଣ୍ଟେଗ୍ରେସନ୍‌ ଆଣ୍ଡ୍‌ ଟେଷ୍ଟିଙ୍ଗ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ରେ ମଧ୍ୟ ମନୋନୀତ ୪ ମହାକାଶଚାରୀ ତାଲିମ ନେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.