Latest Odisha News

BREAKING NEWS

ଅଲିମ୍ପିକ ଚାମ୍ପିୟନକୁ ହରାଇଲା ଭାରତୀୟ ହକି ଦଳ

ଭୁବନେଶ୍ୱର:ଏଫଆଇଏଚ ପ୍ରୋ ହକି ଲିଗରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ଦ୍ୱିତୀୟ ଥର ଭାରତ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଭାରତ ଶୁଟଆଉଟରେ ୩-୨ ଗୋଲରେ ବିଜୟୀ ହୋଇଥିଲା । ପଂଏଟ ଟେବୁଲରେ ଭାରତ ୮ ମ୍ୟାଚରେ ୧୫ ପଂଏଟ ହାସଲ କରି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ।

ଭାରତ ପକ୍ଷରୁ ହରମନପ୍ରୀତ ସିଂ, ଲଳିତ ଉପାଧ୍ୟାୟ ଓ ମନଦୀପ ସିଂ ଗୋଲ ସ୍କୋର କରିଥିଲେ । ଆଗାମୀ ଅଲିମ୍ପିକ୍ସରେ ଗ୍ରୁପ ଏ’ରେ ସ୍ପେନ, ନ୍ୟୁଜିଲାଣ୍ଡ, ଜାପାନ, ଆର୍ଜେଂଟିନା, ଅଷ୍ଟ୍ରେଲିଆ ଓ ଭାରତ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.