Latest Odisha News

BREAKING NEWS

ବଲାଙ୍ଗିର ଜିଲ୍ଲା ୪ ଦିନ ସଟ୍‌ଡାଉନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ଏଥିପାଇଁ ସ୍ଥିତି ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପୁଣି ଥରେ କଡା ପଦକ୍ଷେପ ନେଇଛି । ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖରୁ ୧୧ ପର‌୍ୟ୍ୟନ୍ତ ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ।

ସଟ୍ ଡାଉନ୍ ବେଳେ ଜିଲ୍ଲାର ସବୁ ମେଡିକାଲ୍, ନର୍ସିଂହୋମ୍, ମେଡିସିନ ଷ୍ଟୋର, ମ୍ୟୁନିସିପାଲିଟି, ପୋଲିସ, ଫାୟର, ସେଣ୍ଟ୍ରାଲ ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ପେଟ୍ରୋଲ ପମ୍ପ୍, ଜାତୀୟ ରାଜପଥରେ ହୋଟେଲ ଖୋଲା ରହିବ ।

ବିବାହ, ସୁଦ୍ଧିକ୍ରିୟାରେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେଇ ସମାପନ କରିହେବ । କୃଷି ସମ୍ବନ୍ଧୀୟ ସବୁ କାର୍ଯ୍ୟ ଚାଲୁ ରହିବ । ଆତ୍ୟାବଶକୀୟ ସାମଗ୍ରୀ ପରିବହନ ଜାରି ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସଟଡାଉନ ଗାଇଡଲାଇନ୍ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.