Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଶ୍ରୀ ଓ ତିନି ସହଯୋଗୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ମାସେ ପୂରିବାକୁ ବସିଲାଣି କିନ୍ତୁ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ । ତେଣୁ ପତ୍ନୀ ବିଦ୍ୟାଶ୍ରୀ ଓ ତାଙ୍କ ତିନି ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

ତଦନ୍ତକାରୀ ଟିମରେ ଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ‘ଆଦିତ୍ୟଙ୍କ ସହକର୍ମୀ ପପୁ, ବିକାଶ, ପ୍ରୀତମ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପୁଣି ଥରେ କ୍ରାମଇବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ସେମାନଙ୍କୁ ଜେରା କରାଯିବ । ଦରକାର ପଡିଲେ ପଲିଗ୍ରାଫ୍ ଟେଷ୍ଟ ହେବ । ’

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ହାତକୁ ନେବା ପରେ ବିଭିନ୍ନ ପର୍ପ୍ୟାୟରେ ଆଦିତ୍ୟଙ୍କ ପରିବାର ଲୋକ, ପତ୍ନୀ, ତିନି ସହେଯାଗୀ ଓ ଆଶ୍ରମ ଅନ୍ତେବାସୀଙ୍କୁ ପଚରାଉଚରା କରିସାରିଛି । ଏପରିକି ସେ ଆତ୍ମହତ୍ୟା କରିଥିବା ଲିଙ୍ଗରାଜ ଷ୍ଟେସନକୁ ଯାଇ ମଧ୍ୟ ଘଟଣାସ୍ଥଳ ଛାନଭିନ କରିଛି । କିନ୍ତୁ ଏ ଯାଏଁ କୌଣସି ଠୋସ୍ ପ୍ରମାଣ ମିଳି ପାରିନାହିଁ । ପଲିଗ୍ରାଫ ଟେଷ୍ଟ ପରେ ଘଟଣା ଉପରୁ ପରଦା ହଟିବ ବୋଲି ଆଶା ରହିଛି ।

ପ୍ରଥମେ ଏହି ଘଟଣାରେ ଜିଆରପି ପୁଲିସ ତଦନ୍ତ କରୁଥିଲା । କିନ୍ତୁ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.