Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗିରଫ ହେଲା ୧୯ ବର୍ଷୀୟ ଶାର୍ପ ଶୁଟର ଅଙ୍କିତ

ଚଣ୍ଡୀଗଡ: ଗାୟକ ସିଦ୍ଧୁ ମୁସେୱାଲ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଆଜି ଆଉ ଜଣେ ଶାର୍ପ ଶୁଟର ଏବଂ ତାର ସାଙ୍ଗକୁ ଗିରଫ କରିଛି । ୧୯ ବର୍ଷୀୟ ଅଙ୍କିତ ଶିର୍ଶାର ଏହା ପ୍ରଥମ ହତ୍ୟା ଥିଲା । ମୁସେୱାଲ ଛାତିକୁ ସେ ଦୁଇ ହାତରେ ବନ୍ଧୁକ ଧରି ଗୁଳି ମାରିଥିଲା । ପୋଲିସ ମଧ୍ୟ ଅଙ୍କିତର କାର୍ଯ୍ୟକଳାପ ନେଇ ଆଶ୍ଚର୍ଯ୍ୟ ହୋଇ ପଡିଥିଲା । ଏହା ପୂର୍ବରୁ ରାଜସ୍ଥାନରେ ତା ନାମରେ ୨ଟି ଜଘନ୍ୟ ମାମଲା ରହିଛି । ୯ମ ପାସ ଏହି ଯୁବକ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ । ଅଙ୍କିତ ସହ ଧରା ପଡିଥିବା ସଚିନ ଭିୱାନୀ ୪ଜଣ ଶୁଟରଙ୍କୁ ଘରେ ଲୁଚାଇ ରଖିବା ସହ ପୋଲିସ କବଳରୁ ଖସାଇବା ପାଇଁ ଉଦ୍ୟମ କରିଥିଲା ।

ମେ ୨୯ରେ ପଞ୍ଜାବର ମାନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲଙ୍କୁ ସେମାନେ ସୁଚିନ୍ତିତ ଷଡଯନ୍ତ୍ର ରଚି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଲରେନ୍ସ ବିଶ୍ନୋଇ ଗ୍ରୁପର ହାତ ଥିବା ପୋଲିସ ପୂର୍ବରୁ ସ୍ପଷ୍ଟ କରିସାରିଛି । ଅଭିଯୁକ୍ତଙ୍କ ନିକଟରୁ ୯ ଏମଏମ ୨.୩୦ ଏମଏମ ବୋରର ପିସ୍ତଲ, ୧୯ ଗୁଳି, ୩ ପୋଲିସ ପୋଷାକ, ଡୋଙ୍ଗଲ, ସିମ ସହିତ ୨ ମୋବାଇଲ ଜବତ ହୋଇଛି ।

Leave A Reply

Your email address will not be published.