Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ୪ କ୍ରିକେଟରଙ୍କୁ କରୋନା, ଟିମରେ ମୟଙ୍କ ଅଗ୍ରଓ୍ୱାଲ୍ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ପଶିଲା କରୋନା । ଭାରତୀୟ କ୍ରିକେଟ ଦଳର ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଶିଖର ଧୱନ, ଋତୁରାଜ ଗାଏକୱାଡ୍‌, ଶ୍ରେୟସ ଆୟର ଓ ନବଦୀପ ସାଇନି କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ତିନି ଜଣ ସପୋର୍ଟ ଷ୍ଟାଫ୍‌ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସମସ୍ତ ସଂକ୍ରମିତ ଖେଳାଳି ଓ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଟିମ୍‌ରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ । ଅହମ୍ମଦାବାଦରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ପାଇଁ ଗତ ୩୧ ତାରିଖରୁ ସେଠାରେ ପହଞ୍ଚି ସାରିଛନ୍ତି ସମସ୍ତ ଖେଳାଳି । ପ୍ରଥମ ପର୍ୟ୍ୟାୟ କୋଭିଡ୍ ଟେଷ୍ଟରେ ଏମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ପରବର୍ତ୍ତୀ ପର୍ୟ୍ୟାୟ ଟେଷ୍ଟିଂରେ ରିପୋର୍ଟ ପଜିଟିଭ୍ ଆସିଛି ।

Comments are closed, but trackbacks and pingbacks are open.