Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତ, ଟ୍ରଫି ପାଇଁ ଇଂଲଣ୍ଡ ସହ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାରେ ଭାରତ । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ରନରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି । ଏଥିସହ କ୍ରମାଗତ ଚତୁର୍ଥ ଥର ବିଶ୍ୱକପ୍ ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତ । ଆସନ୍ତା ୫ ତାରିଖରେ ଟାଇଟଲ୍ ପାଇଁ ଇଂଲଣ୍ଡ ସହ ଲଢ଼େଇ ହେବ ।

BjdElectrycity

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୨୯୦ ରନ୍ କରିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ୟଶ ଧୂଲଙ୍କ ଶତକ ଓ ଶେଖ ରସିଦ ଅର୍ଦ୍ଧଶତକ ହାସଲ କରିଥିଲେ । ଏମାନଙ୍କର ଦ୍ୱିଶତକୀୟ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆ ଆଗରେ ୨୯୧ରନ୍ ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ ।

୨୯୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ବିପର୍ୟ୍ୟର ସାମନା କରିଥିଲା । ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ତିଷ୍ଠି ପାରିଲେ ନାହିଁ କଙ୍ଗାରୁ ବାହିନୀ ବ୍ୟାଟ୍ସମ୍ୟାନ୍ । ମାତ୍ର ୧୯୪ ରନ୍‌ରେ ସୀମିତ ରହିଗଲେ । ଭାରତ ପକ୍ଷରୁ ଭିକି ଓଷ୍ଟୱାଲ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ।

Comments are closed, but trackbacks and pingbacks are open.