Latest Odisha News

BREAKING NEWS

ଥାନା ଭିତରେ ସୁରକ୍ଷିତ ଅଛନ୍ତି ତ ନାଇଟ୍ ଡ୍ୟୁଟିରେ ଥିବା ମହିଳା କର୍ମଚାରୀ?

ପୁରୀ: ରାତି ଅଧରେ ଥାନାରେ ନାଇଟ୍ ଡ୍ୟୁଟି କରୁଥିବା ମହିଳା କର୍ମଚାରୀଙ୍କ ସହିତ ହେଉଛି ଦୁର୍ବ୍ୟହାର। ଯିଏ ଜନତାଙ୍କୁ ସୁରକ୍ଷା ଯୋଗାଏ ଆଜି ସେ ନିଜ ଅସୁରକ୍ଷିତ। ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର। ରାତି ଅଧରେ ମହିଳା କର୍ମଚାରୀ ଜଣଙ୍କୁ ଫୋନ୍ କରୁଥିଲେ ଅଧିକାରୀ। ରୁମ୍ କବାଟ ବାଡେଇବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଛି। ପୁରୀ ଜିଲ୍ଲା ରାମଚଣ୍ଡୀ ଥାନାରେ ଘଟିଛି ଏପରି ଘଟଣା।

ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଥାନା ଭିତରେ ନାଇଟ୍ ଡ୍ୟୁଟିରେ ଥିବା ମହିଳା କର୍ମଚାରୀ ସୁରକ୍ଷିତ ଅଛନ୍ତି ତ? ରାମଚଣ୍ଡି ଥାନା ଆଇଆଇସିଙ୍କ ପ୍ରେମ ନିବେଦନ ଅଭିଯୋଗ ପରେ ଉଠିଛି ବିଭିନ୍ନ ପ୍ରଶ୍ନ। ମହିଳା କନେଷ୍ଟବଳଙ୍କୁ ଥାନା ଆଇଆଇସିଙ୍କ ରାତି ଅଧରେ ପ୍ରେମ ନିବେଦନ କରିବା ଅଭିଯୋଗ ଆସିଛି। ଏନେଇ ସମ୍ପୃକ୍ତ ମହିଳା କନେଷ୍ଟବଳ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି ନିଜ ଥାନାରେ ଜଣେ ମହିଳା କନେଷ୍ଟବଳଙ୍କ ରୁମ ପାଖକୁ ଗତ ବୁଧବାର ବିଳମ୍ବିତ ରାତିରେ ଯାଇଥିଲେ।

ଥାନା ପରିସରରେ ରୁମ ଅଛି। ଥାନା ଅଧିକାରୀ କବାଟ ବେଡେଇ ପଛ ଦ୍ୱାର ଖୋଲିବାକୁ କହିଥିଲେ, ମାତ୍ର ଏତେ ରାତିରେ କଣ କାମ ବୋଲି ପଚାରିବା ସହ ଭୟଭୀତ ହୋଇ କବାଟ ଖୋଲିନଥିଲେ ମହିଳା। ହେଲେ ଥାନା ଅଧିକାରୀ ତାଙ୍କୁ ନିରାଶ ନକରିବାକୁ କହିଥିବା କନେଷ୍ଟବଳ ଅଭିଯୋଗ କରିଛନ୍ତି। ଏହାସହ ଥାନାରେ ଡ୍ୟୁଟିରେ ଥିବା ସାଥି ବିଦ୍ୟାଧରଙ୍କୁ ଏସମ୍ପର୍କରେ ମହିଳା ଜଣାଇଥିଲେ। ଏନେଇ ସେ ପୁରୀ ଏସପି, ନିମାପଡା ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହାସହ ପୁରୀ ଜିଲ୍ଲା ହାବିଳଦାର ସିପାହୀ କନେଷ୍ଟବଳ ମହାସଙ୍ଘର ସଭାପତି ସନ୍ତୋଷ ମହାନ୍ତିଙ୍କୁ ମଧ୍ୟ ଜଣାଇଛନ୍ତି। ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାମଲାକୁ ରଫାଦଫା କରିଦେବାକୁ ମହିଳା କନେଷ୍ଟବଳଙ୍କ ଉପରେ ଚାପ ପକାଯାଉଥିବା କୁହାଯାଉଛି।

 

Comments are closed.