Latest Odisha News

ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର: ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ। ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ଅଗ୍ନିଶମ ବାହିନୀ। ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର।

ନନ୍ଦାହାଣ୍ଡି ବ୍ଳକ ପଡାଲଗୁଡା ଗାଁର ମୋହନ ନାଗଙ୍କ ନିର୍ମାଣଧିନ ପାଇଖାନାରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କ ଜୀବନ ଚାଲିଯାଇଛି। ସେମାନେ ହେଲେ ଏନ. ସନ୍ତୁ (୩୩), ଅମିୟ ଖରା (୩୧), ଲାଲୁରଣା (୩୨), ତ୍ରୀଲୋଚନ ଭତ୍ରା (୩୦)।
ସୂଚନା ଅନୁସାରେ ଆଜି ସକାଳେ ନିର୍ମାଣଧିନ ପାଇଖାନା ଭିତରରେ ଜମିଥିବା ପାଣି କାଢ଼ିବାକୁ ପ୍ରଥମେ ଦୁଇଜଣ ଶ୍ରମିକ ଓହ୍ଲାଇଥିଲେ। କିନ୍ତୁ ସେମାନେ ଫେରିନଥିଲେ। ଏହାପରେ ଆଉ ଜଣେ ତଳକୁ ଓହ୍ଲାଇଥିଲେ। ସେମାନେ ମଧ୍ୟ ଫେରିନଥିଲେ।

ଏଭଳି ଜଣ ପରେ ଜଣେ ଟାଙ୍କିରେ ଭିତରକୁ ଓହ୍ଲାଇ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ଶୋଇ ପଡ଼ିଥିଲେ। ଦମକଳ ଓ ପୋଲିସ ବାହିନୀର ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡ଼ାକ୍ତର ପ୍ରକାଶ କରିଛନ୍ତି। ଜଣେ କି ଦୁଇଜଣ ନୁହେଁ ଏକାସହ ଚାରିଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

 

Comments are closed.