Latest Odisha News

BREAKING NEWS

ତରଭୁଜ ଖାଇ ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ: ତରଭୁଜ ଖାଇବାର କିଛି ଘଣ୍ଟା ପରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ସ୍ୱାଦ ଏବଂ ରଙ୍ଗ ବୃଦ୍ଧି କରିବା ପାଇଁ ଫଳଗୁଡ଼ିକରେ ଦିଆଯାଉଥିବା କେମିକାଲ କାରଣରୁ ଏପରି ହୋଇଥିବା ନେଇ କୁହାଯାଉଛି।

ପୋଲିସ ତରଭୁଜର ନମୁନାକୁ ଫୋରେନସିକ୍ ଲାବୋରେଟୋରୀକୁ ଟେଷ୍ଟ ପାଇଁ ପଠାଇଛି। ତରଭୁଜ ଖାଇ ପାଇଧୋନିର ମୋଗଲ ବିଲଡିଂରେ ରହୁଥିବା ଅବଦୁଲ୍ଲା ଡୋକାଡିଆ (୪୦), ତାଙ୍କ ପତ୍ନୀ ନସୀମ (୩୫) ଏବଂ ସେମାନଙ୍କର ଦୁଇ ଝିଅ ଆୟେଶା (୧୬) ଏବଂ ଜୈନବ (୧୩)ଙ୍କ ରବିବାର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଏହି ପରିବାର ଶନିବାର ରାତିରେ ଅବଦୁଲ୍ଲାଙ୍କ ଭାଇ ଏବଂ ଭଉଣୀ ସମେତ ପାଞ୍ଚ ଜଣ ସମ୍ପର୍କୀୟଙ୍କୁ ସେମାନଙ୍କ ଘରକୁ ନିମନ୍ତ୍ରଣ କରିଥିଲା। ସମସ୍ତ ନଅ ଜଣ ରାତି ପ୍ରାୟ ୧୦.୩୦ ରେ ରାତ୍ରୀ ଭୋଜନ କରିଥିଲେ, ଯାହା ପରେ ପାଞ୍ଚ ଜଣ ଅତିଥି ଘରକୁ ଫେରି ଯାଇଥିଲେ। ଏହା ପରେ ବାକି ପରିବାର ରାତିରେ ତରଭୁଜ ଖାଇଥିଲେ। ଆଉ ତା ପରଦିନ ସକାଳେ ବାନ୍ତି ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା ବୋଲି ଜୋନ୍ Iର ଡିସିପି ପ୍ରବୀଣ ମୁନ୍ଧେ କହିଛନ୍ତି।

Comments are closed.