Latest Odisha News

BREAKING NEWS

ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ମୁଣ୍ଡ ଗୁଞ୍ଜିବାକୁ ଛାତ ଦରକାର । ଏମାନେ ବି ସେଇ ଛାତ ତିଆରି କରୁଥିଲେ ମୁଣ୍ଡ ଗୁଞ୍ଜିବାକୁ । ହେଲେ ବିଧିର ବିଧାନ ଥିଲା ଅଲଗା । ସିଡ଼ି ଘରେ ଆଜବେଷ୍ଟ୍ସ ପକାଇବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମଳିକମୁଣ୍ଡା ଗାଁରେ ।

ଆଜବେଷ୍ଟ୍ସ ପକାଇବା ବେଳେ ଗୋଟିଏ ପରିବାରର ୪ ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ମହିଳା ମେଡିକାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ମୃତକଙ୍କ ମଧ୍ୟରେ ବାପା, ପୁଅ, ଦଦା ସହ ଆଉ ଜଣେ ସମ୍ପର୍କୀୟ ଅଛନ୍ତି । ମୃତକ ହେଉଛନ୍ତି ତୀର୍ଥ ନାଗ, ଚୁଡ଼ାମଣି ନାଗ, ଲକ୍ଷ୍ମଣ ନାଗ, ଗୁଣସାଗର ନାଗ ।

Leave A Reply

Your email address will not be published.