Latest Odisha News

BREAKING NEWS

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ ବିଭିନ୍ନ ମହଲରେ ସେମାନଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ୨୦୧୬ ନଭେମ୍ବର ୩୦ରେ ଯୁବରାଜ ଓ କୀଚଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ଗତ ବର୍ଷ ଜାନୁୟାରୀରେ ଯୁବରାଜ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଭାରତର ଏହି ଷ୍ଟାର ଖେଳାଳି ୩୦୪ ଦିନିକିଆରେ ୮୭୦୧ ରନ, ୫୮ ଟି୨୦ ମ୍ୟାଚରେ ୧୧୭୭ ରନ ଏବଂ ୪୦ ଟେଷ୍ଟରେ ୧୯୦୦ ରନ ସଂଗ୍ରହ କରିଛନ୍ତି । ଆମେ ଆମ ଛୋଟା ପୁତରକୁ ଭାରି ଭଲ ପାଉ । ତାଙ୍କୁ ଆମେ ଏଥର ଆମ ଦୁନିଆକୁ ସ୍ୱାଗତ କରୁଛୁ ବୋଲି ସେ ଟୁଇଟ କରିଛନ୍ତି ।

Leave A Reply

Your email address will not be published.