Latest Odisha News

BREAKING NEWS

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ ବିରୋଧ କରୁଛନ୍ତି ବିରୋଧୀ । ଭଲ ଉଦ୍ଦେଶ୍ୟ ଥିବାବେଳେ ବିରୋଧୀମାନେ କେବଳ ରାଜନୈତିକ ଫାଇଦା ପାଇଁ ଭଲ କାମକୁ ଫସାଇଦେଉଛନ୍ତି ବୋଲି ମୋଦି କହିଛନ୍ତି ।

ଭାରତୀୟ ସାମରିକ ବାହିନୀରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥା କହିଛନ୍ତି ।  ,ମୋଦି କହୁଛନ୍ତି ଆମ ଦେଶର ଦୁର୍ଭାଗ୍ୟ ଯେ ଭଲ ଉଦ୍ଦେଶ୍ୟ ନେଇ କରାଯାଇଥିବା କାମ ରାଜନୀତି ମଧ୍ୟରେ ଫସିରହିଯାଉଛି ।

ଦିଲ୍ଲୀର ପ୍ରଗତି ମୈଦାନ ମୁଖ୍ୟ ଟନେଲର ଉଦଘାଟନ କରିବା ଅବସରରେ ମୋଦି ଅଗ୍ନିପଥ ସ୍କିମକୁ ନେଇ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଓ ପୋଡ଼ାଜଳା ସଂପର୍କରେ କିଛି କହିନଥିଲେ । ତେବେ ଏହାକୁ ଲକ୍ଷ୍ୟ କରି ସେ ଏହି କଥା କହିଥିବା ଚର୍ଚା ହେଉଛି ।

ଅଗ୍ନିପଥ ସ୍କିମକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଯୁବକମାନେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କଂଗ୍ରେସ, ସମାଜବାଦିପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ଏଆଇଏମଆଇଏମ ପ୍ରଭୃତି ଅନେକ ଦଳ ଏହି ସ୍କିମକୁ ସମାଲୋଚନା କରିବା ସହ ଆନ୍ଦୋଳନ କରୁଥିବା ଯୁବକମାନଙ୍କୁ ସମର୍ଥନ କରୁଛନ୍ତି । ତେବେ ଏହି ଯୋଜନାକୁ ହଟାଯିବ ନାହିଁ । ଯେଉଁମାନଙ୍କ ନାମରେ ଏଫଆଇଆର ହେବ ସେମାନେ ଅଗ୍ନିବୀର ହୋଇପାରିବେ ନାହିଁବୋଲି ସେନାବାହିନୀ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

Leave A Reply

Your email address will not be published.