Latest Odisha News

ହ୍ରିତିକ-ଦୀପିକା ଯୋଡ଼ି, ବଲିଉଡ଼ର ରାମ-ସୀତା !

ମୁମ୍ବାଇ: ହିନ୍ଦୁ ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର।

ଯେଉଁଥିରେ ରାମ ସାଜିବେ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ, ସେହିପରି ଦୀପିକା ପାଦୁକୋନ ମାତା ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ପ୍ରଥମ ଥର ପାଇଁ ହ୍ରିତିକ୍-ଦୀପିକାଙ୍କୁ ଏକାଠି ଅଭିନୟ କରୁଥିବା ଦେଖିବେ।

ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ନିତେଶ୍ ତିଓ୍ବାରୀ ଦେଉଥିବା ବେଳେ ରବି ଉଡୟାଭର ଓ ମଧୂ ମନ୍ତେନା ଏହାର ପ୍ରଯୋଜନା ଭାର ସମ୍ଭାଳିବେ । ୫୦୦ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ମୁଭିଟି ୩ଡିରେ ସୁଟିଂ ହେଉଥିବା ଶୁଣିବାକୁ ମିଳିଛି ।

ସିନେମାଟି ହିନ୍ଦି, ତାମିଲ ଏବଂ ତେଲୁଗୁ ଆଦି ଭାଷାରେ ମୁକ୍ତିଲାଭ କରିବାର ଅଛି ବୋଲି ଏହାର ପ୍ରଯୋଜକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.