Latest Odisha News

BREAKING NEWS

ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ: ଇରାନ ବିପକ୍ଷରେ ଭାରତ ୧-୦ ରେ ବିଜୟୀ

ଭୁବନେଶ୍ୱର: ଭାରତୀୟ ସ୍ପୋର୍ଟସ କ୍ୟାପିଟାଲ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ହିରୋ ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଆୟୋଜଜକ ଭାରତ ଇରାନ ଦଳକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିପାରିଛି ।

ଭାରତୀୟ ଖେଳାଳି ଅଞ୍ଜୁ ତମାଙ୍ଗ ଗୋଟିଏ ସୁନ୍ଦର ଗୋଲ ଦେଇ ଭାରତୀୟ ଦଳକୁ ବିଜୟ ଆଣିଦେଇଛନ୍ତି । ଭାରତୀୟ ଦଳ ମ୍ୟାଚ ଆରମ୍ଭରୁ ହିଁ ଭଲ ଖେଳ ପ୍ରଦର୍ଶନ କରିପାରିଛି ।

ଅନ୍ୟ ମ୍ୟାଚରେ ମିଆଁମାର୍ ଦଳ ନେପାଳକୁ ୩-୦ ରେ ପରାସ୍ତ କରିଛି ।

Leave A Reply

Your email address will not be published.