Latest Odisha News

BREAKING NEWS

ଆଇଏଏସ ସ୍ତରରେ ଅଦଳବଦଳ: ସମର୍ଥ ବର୍ମା ବିଏମସି କମିଶନର୍ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ଆଇଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି, ସମର୍ଥ ବର୍ମା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ର ନୂତନ କମିଶନର୍ ରୂପେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ପ୍ରଶାସନ ବିଜ୍ଞପ୍ତି ଅନୁଯାୟୀ, ୨୦୧୩ ବ୍ୟାଚ ଆଇଏଏସ ଶୁଭମ ସକ୍ସେନା ବର୍ମାଙ୍କ ବଦଳରେ ସମ୍ବଲପୁର ଜିଲ୍ଲାପାଳ ରୂପେ ବଦଳି ହୋଇଛନ୍ତି ।

ଏହାବ୍ୟତୀତ, ୨୦୦୩ ବ୍ୟାଚ୍ ଆଇଏଏସ ଅଧିକାରୀ ଅନୀଲ ସାମଲ କେନ୍ଦ୍ରାଞ୍ଚଳ ଆରଡ଼ିସି ରେଭିନ୍ୟୁ ଡ଼ିଭିଜନାଲ୍ କମିଶନର୍ ରୂପେ ଦାୟିତ୍ୱ ଗ୍ରହଣ କରିବେ ।

ସେହିପରି ଭାବେ ୨୦୦୮ ବ୍ୟାଚ୍ ଆଇଏଏସ ଜାମିନୀ ଷଡ଼ଙ୍ଗୀ ଯିଏକି ଏବେ ଜଗତସିଂହପୁର ଜିଲ୍ଲାପାଳ ରୂପେ କାର୍ଯ୍ୟରତ ତାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ରୂପେ ଅବସ୍ଥାପିତ କରାଯାଇଛି । ସେ ରାୟଗଡ଼ା ଜିଲ୍ଲାପାଳ ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ ଗୁହା ପୁନମ ତାପସ କୁମାରଙ୍କ ସ୍ଥାନ ଗ୍ରହଣ କରିବାକୁ ଯାଉଛନ୍ତି ।

ଏହାବ୍ୟତୀତ ଆଇଏଏସ ପ୍ରମୋଦ କୁମାର ବେହେରା ରାୟଗଡ଼ା ଜିଲ୍ଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବେ । ତେବେ ବିଭୁତି ଭୂଷଣ ଦାସ ଏବଂ ମନୋଜ ମହାନ୍ତି ଯଥାକ୍ରମେ ଝାରସୁଗୁଡ଼ା ଏବଂ ଅନୁଗୁଳର ଜିଲ୍ଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବେ ।

ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ଯେଉଁ ଆଇଏଏସ ଓ ଆଇପିଏସ ଅଧିକାରୀମାନେ ୩ ବର୍ଷ ବା ତଦୁର୍ଦ୍ଧ ବର୍ଷ ଅବଧି ଯେଉଁ ସ୍ଥାନରେ ରହିଛନ୍ତି ସେମାନଙ୍କର ତୁରନ୍ତ ବଦଳି ନିର୍ଦ୍ଦେଶ ଦିଆଯିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏହି ନିର୍ଦ୍ଦେଶନାମା ଯୋଗୁଁ ଖୁବଶିଘ୍ର ରାଜ୍ୟର ବରିଷ୍ଠ ଆଇଏଏସ ଓ ଆଇପିଏସ ଅଧିକାରୀମାନଙ୍କ ଅଦଳବଦଳ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.